ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁ ଭୁଶୁଡ଼ିଲା ବିଲ୍ଡିଂ

ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁ  ଭୁଶୁଡ଼ିଲା ବିଲ୍ଡିଂ

ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ହେଉଥିବା ବେଳେ ଭୁଶୁଡ଼ିଲା ବିଲ୍ଡିଂ । ଆଉ ଏହା ତଳେ ଚାପି ହୋଇ ଯାଇଛନ୍ତି ବହୁ ଲୋକ । ଏପରି ଏକ ଅଘଟଣ ଆଜି ସକାଳେ ଘଟିଛି।

ଖବର ପାଇ ଦିଲ୍ଲୀ ଅଗ୍ନିଶମ ବିଭାଗର ୫ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ଏହାପରେ ତୁରନ୍ତ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ । ଉକ୍ତ ସମୟରେ ବହୁ ଲୋକ ବିଲ୍ଡିଂରେ ଥିବା ବେଳେ ସେମାନେ ତା’ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କାହାକୁ ଉଦ୍ଧାର କରାଯାଇ ପାରି ନ ଥିବା ଜଣାଯାଇଛି। ଗତ ମାସରେ ବି ରାଜଧାନୀ ଦିଲ୍ଲୀରେ ଏପରି ଏକ ଘଟଣା ଘଟିଥିଲା। ପୁନଃନିର୍ମାଣ ନିମନ୍ତେ ନଷ୍ଟ କରାଯାଉଥିବା କିଛି ବିଲ୍ଡିଂ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ।