ଓଡ଼ିଶାରେ ହେବ ଏନ୍ଏଫଏସ୍ୟୁ କ୍ୟାମ୍ପସ
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ଓଡିଶାରେ ‘ନ୍ୟାସ୍ନାଲ ଫରେନ୍ସିକ ସାଇନ୍ସ ୟୁନିଭରସିଟି’ର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯିବ । ଏହି କ୍ୟାମ୍ପସ ଓଡ଼ିଶାର ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ କରାଯିବ । ଏହି ଜାତୀୟ ବିଶ୍ୱବିଦ୍ୟାଳୟର ଏକ ପ୍ରତିନିଧି ଦଳ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଲୋକସେବା ଭବନରେ ସାକ୍ଷାତ କରି ଏହା ଉପରେ ଆଲୋଚନା କରିଥିଲେ । ବଢୁଥିବା ସାଇବର କ୍ରାଇମ ପରିପ୍ରେକ୍ଷୀରେ ରାଜ୍ୟରେ ଏହିପରି ଏକ ଅନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ । ଅପରାଧର ତଦନ୍ତ ଓ ଅପରାଧ ରୋକିବା ଦିଗରେ ଦକ୍ଷ ବିଶେଷଜ୍ଞ ସୃଷ୍ଟି କରିବାରେ ମଧ୍ୟ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଦ୍ୱାରା ରାଜ୍ୟର ପୋଲିସ ଅଧିକାରୀମାନେ ସାଇବର ସିକୁ୍ୟରିଟି ଉପରେ ପ୍ରଶିକ୍ଷଣ ପାଇବାରେ ସୁବିଧା ହେବା ସହିତ ରାଜ୍ୟରେ ସାଇଣ୍ଟିଫିକ୍ ଅଫିସରମାନଙ୍କ ଆବଶ୍ୟକତା ପୂରଣ ହେବାରେ ସହାୟକ ହେବ । ଏହାକୁ ଏକ ସେଣ୍ଟର ଅଫ ଏକ୍ସେଲେନ୍ସ ଭାବରେ ବିକଶିତ କରାଯିବ ବୋଲି ସେ କହିଥିଲେ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ନେସ୍ନାଲ ଫରେନ୍ସିକ ସାଇନ୍ସ ୟୁନିଭରସିଟି ଦିଲ୍ଲୀର ନିଦେ୍ର୍ଦଶିକା ପୁରବୀ ଫୋଖରିଆଲ, ଏନ୍ଏଫଏସ୍ୟୁ, ତ୍ରିପୁରାର ନିଦେ୍ର୍ଦଶକ ଏଚ୍କେ ପ୍ରତିହାରୀ ଏବଂ ଅନ୍ୟ ବିଶେଷଜ୍ଞମାନେ ବୈଠକରେ ଆଲୋଚନାରେ ଯୋଗ ଦେଇଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିଦେ୍ର୍ଦଶକ, ୱାଇ. ବି. ଖୁରାନିଆ, ଅତିରିକ୍ତ ପୋଲିସ ମହାନିଦେ୍ର୍ଦଶକ ଅରୁଣ ବୋଥ୍ରା ପ୍ରମୁଖ ଉପସ୍ଥିତ ଥିଲେ ।