ଧାରଣାରୁ ଓହରିଲେ ଆନେ୍ଦାଳନକାରୀ

 ନୁଆପଡ଼ା:  ନୁଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସାହାଜଟ ଆଶ୍ରମ ବିଦ୍ୟାଲୟ ସମ୍ମୁଖରେ ଚାଲିଥିବା ଆନେ୍ଦାଳନର ତୃତୀୟ ଦିନରେ ତତ୍ପରତା ଦେଖାଇଛି ପ୍ରଶାସନ । ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଆନେ୍ଦାଳନସ୍ଥଳକୁ ପହଞ୍ଚô ସମସ୍ୟା ସମାଧାନ ପ୍ରତିଶ୍ରୁତି ଦେବାପରେ ଆନେ୍ଦାଳନକାରୀ ଓହରିଛନ୍ତି । ପ୍ରକାଶ ମୃତଛାତ୍ର ଅଶ୍ୱିନୀ ଦାସ ବନଛୋର ମୃତୁ୍ୟ ଘଟଣାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ସହ ସ୍କୁଲରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବିନେଇ ଗତ ୧୧ତାରିଖରୁ, ସ୍ଥାନୀୟ ଗ୍ରାମବାସୀ, ସାମାଜିକ କର୍ମୀଙ୍କ ସମେତ ଜିଲ୍ଲାକଂଗ୍ରେ ତଥା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅମିତ ଅହିର ଓ କାର୍ଯ୍ୟକର୍ତ୍ତା ସ୍କୁଲସାମ୍ନାରେ ଧାରଣାରେ ବସିଥିଲେ । ଆନେ୍ଦାଳନର ପ୍ରଥମ ଦିନ ପୁଲିସ୍ ସହ ବିଭାଗୀୟ ଅଧିକାରୀ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ଦାବିପୂରଣ ନହେବ ହେବା ପର୍ଯ୍ୟନ୍ତ ଧାରଣାରୁ ହଟିବୁ ନାହିଁ ବୋଲି ଲୋକେ ଅଡିବସିଥିଲେ । ଆଜି ତୃତୀୟ ଦିନରେ ଉପଜିଲ୍ଲାପାଳ ସୁମି ସୋରେନ୍, କୋମନା ବିଡିଓ ସର୍ବେଶ୍ୱର ଜାଲ, ଜିଲ୍ଲାମଙ୍ଗଳ ଅଧୁକାରୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସଂଜୟ ଭୋଇ, ଅତିରିକ୍ତ ଜିଲ୍ଲାପାଳ ଗରିବ ଦୀପ, ଏସ୍ଡିପିଓ ସ୍ୱାଧୀନ ମିଶ୍ର, କୋମନା ଥାନାଧିକାରୀ ସୁମନ୍ତ୍ର ନାୟକ, ତରବୋଡ ଫାଣ୍ଡି ଅଧିକାରୀ ଗୌରୀଶଙ୍କର ଦାସ ପ୍ରମୁଖ ଆନେ୍ଦାଳନସ୍ଥଳକୁ ପହଞ୍ଚିଥିଲେ । ସ୍କୁଲ ପରିଦର୍ଶନ କରିବା ସହ ଆନେ୍ଦାଳନକାରୀଙ୍କ ସହ ପ୍ରାୟ ୩ଘଣ୍ଟାଧରି ଉପଜିଲ୍ଲାପାଳ ଆଲୋଚନା କରିଥିଲେ । ଅର୍ଦ୍ଧ ନିର୍ମିତ କୋଠା ପାଚେରୀର ନିର୍ମାଣ କାମ ଓ ଅନ୍ୟାନ୍ୟ ସମସ୍ୟା ତୁରନ୍ତ ସମ୍ପୂର୍ଣ୍ଣ କରାଯିବା ସହ ଆବଶ୍ୟକ ଶିକ୍ଷକ ଓ ଅନ୍ୟ ଦାବିଗୁଡିକ ଯଥାଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଲୋକେ ଆନେ୍ଦାଳନରୁ ହଟିଛନ୍ତି । ତେବେ ସମସ୍ୟା ସମାଧାନ କରିବାରେ ପ୍ରଶାସନିକ ଅବହେଳା ହେଲେ ବଡ ଧରଣର ଆନେ୍ଦାଳନ ହେବ ବୋଲି ଗୌତମ ମାଝୀ, ବିରଞ୍ଚି ବାଗ, ପରମାନନ୍ଦ ମାଝୀ, ଭାଗିରଥି ମାଝୀ, ଲୋକି ମାଝୀ, ଭୋଗେନ୍ଦ୍ର ଷଣ୍ଢ, ଯଦୁ ରଣା ଓ ସମସ୍ତ ଆନେ୍ଦନ୍ଦାଳନକାରୀ ଚେତାବନି ଦେଇଛନ୍ତି ।