ଭାରତରେ ମହିଳାଙ୍କୁ କର୍କଟ ଆଶଙ୍କା

ମହିଳାମାନେ ଆକ୍ରାନ୍ତ ହେଉଥିବା ପ୍ରମୁଖ କର୍କଟ ରୋଗ। ଅନ୍ୟାନ୍ୟ କର୍କଟ ରୋଗ ଅପେକ୍ଷା ଏହା ଭାରତୀୟ ମହିଳାମାନଙ୍କଠାରେ ଅଧିକ ଦେଖାଯାଉଛି ଏବଂ ପ୍ରାଣଘାତକ ବି ହେଉଛି। କର୍କଟ ରୋଗ ସମ୍ବନ୍ଧୀୟ ଲକ୍ଷଣ ଏବଂ ମୃତ୍ୟୁ ସହିତ ମୁକାବିଲା କରିବା ପାଇଁ କର୍କଟ ରୋଗର ସ୍କ୍ରିନିଙ୍ଗ୍ ବା ନିରୂପଣ ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ବବ୍ୟାପୀ ଗର୍ଭାଶୟ ଓ ସ୍ତନ କର୍କଟ ରୋଗଜନିତ ମୃତ୍ୟୁହାରର ପ୍ରାୟ ଏକ-ତୃତୀୟାଂଶ ଘଟୁଛି ଭାରତରେ।
କର୍କଟ ରୋଗ ଆଶଙ୍କା କମାଇବା ପାଇଁ କେଉଁ ଉପାୟ ଆପଣାଇ ପାରିବା?
ଗର୍ଭାଶୟ ଓ ସ୍ତନ କର୍କଟ ଆଶଙ୍କା ହ୍ରାସ କରିବାର ଉପାୟ ହେଉଛି ଚିକିତ୍ସା, ଟିକାକରଣ, ପରୀକ୍ଷା ଓ ଆଗୁଆ ନିଦାନ। ଗର୍ଭାଶୟ କର୍କଟର ସ୍କ୍ରିନିଙ୍ଗ୍ ବା ପରୀକ୍ଷା ଜଣେ ମହିଳା ୨୦ ବର୍ଷ ବୟସରେ ଉପନୀତ ହେବା ପରେ ଆରମ୍ଭ କରିବା ଉଚିତ। ଏଥିପାଇଁ ‘ପେଏପ୍’ ଓ ‘ଏଚ୍ପିଭି’ ପରୀକ୍ଷା କରାଯାଏ।
ଅନ୍ୟପକ୍ଷରେ କମ୍ ବୟସରୁ ‘ଏଚ୍ପିଭି’ ଟିକାକରଣ କରାଗଲେ ଗର୍ଭାଶୟ କର୍କଟ ରୋଗ ହେବା ଆଶଙ୍କା ୮୦ରୁ ୯୦% ରୋକାଯାଇପାରେ। ସ୍ତନ କର୍କଟ ରୋଗ ପ୍ରତିହତ କରିବା ଲାଗି ଉପଲବ୍ଧ ବିଭିନ୍ନ ସ୍କ୍ରିନିଙ୍ଗ୍ଗୁଡ଼ିକ ହେଉଛି ଡାକ୍ତରୀ ସ୍ତନ ପରୀକ୍ଷା, ନିଜଦ୍ବାରା ସ୍ତନ ପରୀକ୍ଷା, ମ୍ୟାମୋଗ୍ରାଫି ଓ ଅଲ୍ଟ୍ରାସାଉଣ୍ଡ୍।
ପରିବାରରେ ବଂଶାନୁକ୍ରମିକ କାରଣ ଥିବା, ଦୀର୍ଘ ଅବଧି ଧରି ଗର୍ଭନିରୋଧକ ବଟିକା ଖାଉଥିବା, ଅଧିକ ମଦ୍ୟପାନ କରୁଥିବା ଓ ମେଦବହୁଳତା ଥିବା ମହିଳାମାନେ ଆଗୁଆ ସ୍କ୍ରିନିଂ କରିବା ଆବଶ୍ୟକ ଏବଂ ରୋଗ ସଂକ୍ରାନ୍ତରେ ସବିଶେଷ ସୂଚନା ପାଇବା ଲାଗି ଡାକ୍ତରଙ୍କ ପରାମର୍ଶ କରିବା ଉଚିତ।