ଖାଇବା ପରେ ତୁରନ୍ତ ପାଣିପିଇବା ଆଦୌ ପିଅନ୍ତୁନି

ଖାଇବା ପରେ ତୁରନ୍ତ ପାଣିପିଇବା ଆଦୌ ପିଅନ୍ତୁନି

 ସୁସ୍ଥତା ପାଇଁ ଶରୀରକୁ ଯଥାସମ୍ଭବ ଜଳ ରଖିବା ଜରୁରି। ସେଥି ପାଇଁ ନିୟମିତ ଜଳପାନ କରିବା ଗୁରୁତ୍ବପୂର୍ଣ୍ଣ। ତେବେ ମାତ୍ରାଧିକ ଜଳ ପାନ କରିବା ମଧ୍ୟ ଶରୀର ଉପରେ କୁପ୍ରଭାବ ପକାଇପାରେ। ଖାଇବା ପରେ ତୁରନ୍ତ ପାଣିପିଇବା ଆଦୌ ଉପକାରୀ ନୁହେଁ ବୋଲି ସ୍ବାସ୍ଥ୍ୟବିଜ୍ଞାନୀମାନେ ସତର୍କ କରାଇ ଦେଇଛନ୍ତି। ଖାଇସାରି ତୁରନ୍ତ ପାଣି ପିଇବା ଦ୍ବାରା ଶରୀରର ହଜମକ୍ରିୟାରେ ବ୍ୟତିକ୍ରମ ସୃଷ୍ଟି ହୋଇ କିଛି ଶାରୀରିକ ଅସୁବିଧା ଆରମ୍ଭ ହେବାର ଆଶଙ୍କା ରହିଛି।

ଭୋଜନ ପରେ ସଙ୍ଗେସଙ୍ଗେ ପାଣି ପିଇବା ଦ୍ବାରା ପାକସ୍ଥଳୀରେ ଝରୁଥିବା ବିଭିନ୍ନ ପାଚକ ରସ ଓ ଏଞ୍ଜାଇମ୍‌ଗୁଡ଼ିକ ପାଣି ସହିତ ମିଶି ପତଳା ହୋଇଯାଇଥା’ନ୍ତି। ପାଚନ ପ୍ରକ୍ରିୟାକୁ ଏହା ବ୍ୟାହତ କରିଥାଏ ଏବଂ ଏସିଡିଟି ଓ ଛାତିପୋଡ଼ା ପରି ସମସ୍ୟା ଦେଖାଦିଏ। 

ସେହିପରି ଖାଇ ସାରି ପାଣି ପିଇବା ଦ୍ବାରା ହଜମ ପ୍ରକ୍ରିୟାରେ ପରିବର୍ତ୍ତନ ଘଟି ସ୍ବାଭାବିକ ଅପେକ୍ଷା ଶୀଘ୍ର ଭୋକ ଲାଗିଥାଏ। ଏହାଦ୍ବାରା ମାତ୍ରାଧିକ ଖାଇବା ସହ ପେଟ ଫୁଲିବାର ସମ୍ଭାବନା ରହିଛି। ଯେହେତୁ ମାତ୍ରାଧିକ ଜଳ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରେ। ଏଥିରେ ଥିବା ଗ୍ଲୁକୋଜ୍ ଚର୍ବିରେ ପରିଣତ ହୋଇ ଶରୀରର ଓଜନ ବଢ଼ାଇବାର ଆଶଙ୍କା ରହିଥାଏ। ଏହା ମଧ୍ୟ ଇନସୁଲିନ୍ କ୍ଷରଣକୁ ବ୍ୟାହତ କରି ରକ୍ତଶର୍କରା ସ୍ତର ବଢ଼ାଇ ମଧୁମେହ ଆଶଙ୍କା ଆଣିପାରେ। ତେଣୁ ଖାଦ୍ୟ ଖାଇବାର ଅଧଘଣ୍ଟାଏ ପୂର୍ବରୁ ବା ଅଧ ଘଣ୍ଟାଏ ପରେ ପାଣି ପିଇବା ଉଚିତ। ସେହିପରି ଦୈନିକ ଅତି କମ୍‌ରେ ୨ରୁ ୩ ଲିଟର ପାଣି ପିଇବା ଜରୁରି।  ଓ ଶାରୀରିକ ଅବସ୍ଥା ପରି ବିଭିନ୍ନ ପାରିବେଶିକ କାରଣରୁ ଏହି ପରିମାଣକୁ କମ୍‌ ବା ଅଧିକ କରିହେବ।