ତେଲକୁ ବାରମ୍ବାର ଗରମ କରିବା ବିଷାକ୍ତ

ରେସ୍ତୋରାଁ ହେଉ ବା ଘରେ, ବଳକା ତେଲକୁ ପରବର୍ତ୍ତୀ ସମୟରେ ବ୍ୟବହାର ପାଇଁ ସାଇତି ରଖାଯାଇଥାଏ। ମାତ୍ର ତେଲକୁ ବାରମ୍ବାର ଗରମ କରିବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ । ତେଲକୁ ବାରମ୍ବାର ଗରମ କରିବା ଦ୍ବାରା ସେଥିରେ କେତେକ ବିଷାକ୍ତ ଯୌଗିକ ନିର୍ଗତ ହୋଇଥାଏ, ଯାହା ଦ୍ବାରା କର୍କଟ ଓ ହୃଦ୍ରୋଗ ଆଶଙ୍କା ବଢ଼ିଥାଏ । ପୂର୍ବରୁ ହୋଇଥିବା ଅନୁଧ୍ୟାନ ଅନୁଯାୟୀ, ଏପରି ତେଲ ଦ୍ବାରା ଏଭଳି ବିଷାକ୍ତ ପଦାର୍ଥ ନିର୍ଗତ ହୋଇଥାଏ, ଯାହା ଶରୀରରେ ‘ଫ୍ରି ରାଡିକାଲ୍ସ’ ବଢ଼ାଇଥାଏ। ଫଳରେ ପ୍ରଦାହ ବଢ଼ିବା ସହ ରୋଗ ସୃଷ୍ଟି କରିଥାଏ।
ତେଲକୁ ବାରମ୍ବାର ଗରମ କରିବା ବେଳେ ଅଧିକରୁ ଅଧିକ ‘ଟ୍ରାନ୍ସ ଫ୍ୟାଟ୍ସ’ ସୃଷ୍ଟି ହୋଇଥାଏ ଯାହା କର୍କଟ ଓ ହୃଦ୍ରୋଗର କାରଣ ସାଜିଥାଏ। ସେହିପରି ଛଣାତେଲର ଏପରି ପୁନର୍ବ୍ୟବହାର ଦ୍ବାରା ଶରୀରରେ ଅଧିକ ‘ଫ୍ରି ରାଡିକାଲ୍ସ’ ସୃଷ୍ଟି ହୋଇ ନାନା ରୋଗକୁ ଆମନ୍ତ୍ରଣ କରିଥାଏ। ତେଲକୁ ବାରମ୍ବାର ଗରମ କରିବା ଦ୍ବାରା ସେଥିରେ କେତେକ ବିଷାକ୍ତ ଯୌଗିକ ନିର୍ଗତ ହୋଇଥାଏ ଯାହା ଦ୍ବାରା କର୍କଟ ଓ ହୃଦ୍ରୋଗ ଆଶଙ୍କା ବଢ଼ିଥାଏ ବୋଲି କୁହାଯାଇଛି।
ତେଣୁ ଛଣାଛଣି ପରେ ବଳିଯାଉଥିବା ତେଲକୁ ଦିନକ ଭିତରେ ତରକାରି ଓ ଅନ୍ୟାନ୍ୟ ଭଜାଭଜି କରିବାରେ ସାରିଦେବାକୁ ଆଇସିଏମ୍ଆର୍ ପରାମର୍ଶ ଦେଇଛି। କୌଣସି ପରିସ୍ଥିତିରେ ବି ତାହାକୁ ଅଧିକ ଦିନ ଧରି ସାଇତି ରଖିବାକୁ ବାରଣ କରାଯାଇଛି। ବଳକା ତେଲର ପୁନର୍ବ୍ୟବହାର ଖାଦ୍ୟପଦାର୍ଥର ସ୍ବାଦ କମାଇଦେଇଥାଏ।