ସ୍ୱାଦିଷ୍ଟ ବେସନ ଲଡୁର ପ୍ରସ୍ତୁତି ଶୈଳୀ ବେସନ ଲଡୁ

ସ୍ୱାଦିଷ୍ଟ ବେସନ ଲଡୁର ପ୍ରସ୍ତୁତି ଶୈଳୀ ବେସନ ଲଡୁ

ସାମଗ୍ରୀ: ୨ କପ୍ ବେସନ, ଅଧ କପ୍ ଘିଅ, ୩/୪ ଚାମଚ ଚିନି, ୧/୪ ଚାମଚ  ଗୁଜୁରାତି, ସାମାନ୍ୟ ପେସ୍ତା ବାଦାମ ଛୋଟ ଛୋଟ ଖଣ୍ଡ ।
ପ୍ରଣାଳୀ: ଏକ କଡ଼େଇରେ ଘିଅକୁ ସାମାନ୍ୟ ଗରମ କରି ସେଥିରେ ବେସନକୁ ପକାଇ କିଛି ସମୟ ଗରମ କରିଦିଅନ୍ତୁ । ମାତ୍ର ଏହା ଘିଅ ସହ ମିଶି ପେଷ୍ଟ୍ ହେବାକୁ ପ୍ରାୟ ୩୦ ମିନିଟ୍ ସମୟ ଲାଗିଥାଏ । ତେଣୁ ଏହାର ରଙ୍ଗ ସାମାନ୍ୟ ଲାଲ୍ ହେବା ପରେ ଗ୍ୟାସ୍ରୁ କାଢ଼ି ଆଣି ଥଣ୍ଡା କରିଦିଅନ୍ତୁ । ଧ୍ୟାନ ଦେବେ, ଯେପରି ବେସନତକ ସଂପୂର୍ଣ୍ଣ ଥଣ୍ଡା ହୋଇଯାଏ, କାରଣ ସମ୍ପୂର୍ଣ୍ଣ ଥଣ୍ଡା ନହୋଇଥିଲେ ଚିନି ପକାଇଲେ ଏହା ପୁଣି ନରମ ହୋଇଯିବ । ଏହାପରେ ଏହି ବେସନରେ ଚିନି, ଗୁଜୁରାତି ପକାଇ ଭଲ ଭାବେ ଘାଣ୍ଟି ଦିଅନ୍ତୁ । ଏବେ ଏହି ମିଶ୍ରଣରୁ ଅଳ୍ପ ଅଳ୍ପ ନେଇ ହାତ ପାପୁଲିରେ ରଖି ଗୋଲ ଗୋଲ କରି ଲଡ଼ୁ ଆକାର କରିଦିଅନ୍ତୁ । ଲଡ଼ୁଟି ସଂପୂର୍ଣ୍ଣ ନଫିଟିବା ପର୍ଯ୍ୟନ୍ତ ଗୋଲ କରନ୍ତୁ । ଏବେ ଆପଣ ସବୁ ଲଡ଼ୁ ଉପରେ ପେସ୍ତା ବାଦାମ ଖଣ୍ଡ ରଖି ସଜାନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ବେସନ ଲଡ଼ୁ । ଏହି ଲଡ଼ୁ ପ୍ରାୟ ୪-୬ ସପ୍ତାହ ପର୍ଯ୍ୟନ୍ତ ସାଇତି ରଖାଯାଇପାରେ ।