୯ମ ଜିଲ୍ଲା ବ୍ୟାଡମିଣ୍ଟନ୍ ଉଦ୍ୟାପିତ : ୧୮ଟି ବର୍ଗରେ ୧୮ ଚାମ୍ପିଅନ୍

 ଢେଙ୍କାନାଳ : ଢେଙ୍କାନାଳ ସହରର ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର୍ ହଲ ଠାରେ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ୍ ଆନୁକୁଲ୍ୟରେ ୩ଦିନ ଧରି ଚାଲିଥିବା ନବମ ଜିଲ୍ଲା ବ୍ୟାଡମିଣ୍ଟନ ଚାମ୍ପିଅନସିପ ଉଦ୍ୟାପିତ ହୋଇଛି । ଏଥିରେ ୧୧ ବର୍ଷରୁ ୫୫ ବର୍ଷ ବୟସରେ ୧୮ଟି ବିଭିନ୍ନ ବର୍ଗର ପ୍ରତିଯୋଗିତା ହୋଇଥିଲା । ୧୧ବର୍ଷ(ପୁଅ) ସିଙ୍ଗଲରେ ଆରୀନ ପୃଷ୍ଟି, ୧୩ ବର୍ଷ ପୁଅ ବର୍ଗରେ ପୀୟୂଷ ବେହେରା, ୧୫ବର୍ଷ ବର୍ଗରେ ପୀୟୂଷ ବେହେରା, ୧୩ବର୍ଷ ଝିଅ ବର୍ଗରେ ଲିକିତା, ୧୫ ବର୍ଷ ପୁଅ ଡବଲ୍ସ୍ ବର୍ଗରେ ଅନୁରାଗ ଓ ସାଥୀ, ୧୭ ବର୍ଷ ଝିଅ ବର୍ଗରେ ଶ୍ନେହାଶ୍ରୀ, ୧୭ବର୍ଷ ପୁଅ ବର୍ଗରେ ମୟଙ୍କ ପଟ୍ଟନାୟକ, ୧୯ ବର୍ଷ ପୁଅ ବର୍ଗରେ କୁମାର ଆଦିତ୍ୟ ଏବଂ ୧୯ ବର୍ଷ ଡବଲ୍ସ୍ରେ ସୋହେଲ ଖାଁ ଓ ସନ୍ଦୀପ ସାମନ୍ତ ଚାମ୍ପିଅନ୍ ହୋଇଛନ୍ତି ।
ସେହିପରି ସିନିଅର୍ ବର୍ଗରେ ସିଙ୍ଗଲରେ ମୟଙ୍କ ପଟ୍ଟନାୟକ ଏବଂ ଡବଲ୍ସ୍ରେ ଆକାଶ ଏବଂ ଗିରିଜା ଚାମ୍ପିଅନ ହୋଇଛନ୍ତି । ସିନିୟର୍ ଝିଅ ବର୍ଗରେ ଆୟେଶା ସିଂ ଏବଂ ମିକ୍ସ ଡବଲ୍ସରେ ସତ୍ୟ ଓ ଆୟେଷା ଚାମ୍ପିଅନ ହୋଇଛନ୍ତି । ଧର୍ମେନ୍ଦ୍ର ମହାପାତ୍ର ଏବଂ କରୁଣାକର ବେହେରା ଉଭୟ ୩୫+ ଏବଂ ୪୦+ ରେ ଡବଲ୍ସ୍ ଚାମ୍ପିଅନ ହୋଇଛନ୍ତି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୁବରାଜ ଅମର ଜ୍ୟୋତି ସିଂଦେଓ, ଜାଭିୟର୍ ଏଜୁକେସନ୍ ଫାଉଣ୍ଡେସନ୍ର ଚେୟାରମ୍ୟାନ୍ କୁଲଦୀପ ରଥ ଏବଂ ସରୋଜ ମହାନ୍ତି ଉପସ୍ଥିତ ରହି କୃତି ଖେଳାଳିଙ୍କୁ ପୁରସ୍କୃତ କରିଥିଲେ । ଆସୋସିଏସନ୍ ସଭାପତି ଦୀପକ ଦଳେଇ, କାର୍ଯକାରୀ ସଭାପତି ଅମିତ୍ ଶତପଥୀ, ସମ୍ପାଦକ ଟଙ୍କଧର ବେହେରା, ରଶ୍ମି ପ୍ରକାଶ ପଟ୍ଟନାୟକ, ସୁଶାନ୍ତ କୁମାର ସାହୁ, ସୁଭାଂଶୁ ଦଳେଇଙ୍କ ସମେତ ଅନ୍ୟମାନେ ଖେଳ ପରିଚାଳନା କରିଥିଲେ । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ରାମଚନ୍ଦ୍ର ପାତ୍ର ଯୋଗଦେଇ ଥିଲେ । ଏହି ଚାମ୍ପିଅନଶିପରେ ଜିଲ୍ଲାର ହିନେ୍ଦାଳ, କାମାକ୍ଷାନଗର, ଭୁବନ, ମେରାମଣ୍ଡଳୀ, ଗନ୍ଦିଆ ଏବଂ ସଦର ମହକୁମାରୁ ୨୫୦ ରୁ ଅଧିକ ଖେଳାଳି ଭାଗ ନେଇଥିଲେ ।