ଅବସର ନେବେ କି ରୋହିତ!
ନୂଆଦିଲ୍ଲୀ : ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ରେ ପହଞ୍ଚôଛି ଭାରତ । ରୋହିତଙ୍କ ଅଧିନାୟକତ୍ୱରେ ଦଳ ୪ଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲ୍ର ଶୀର୍ଷରେ ରହିଥିବା ବେଳେ ରୋହିତ କାଲି ନୁ୍ୟଜିଲାଣ୍ଡ ବିପକ୍ଷରେ କି ରଣନୀତି ଆପଣାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର । ତେବେ ରୋହିତ ଆଉ ୨ ମାସ ପରେ ୩୮ ବର୍ଷ ବୟସରେ ପାଦ ଦେବାକୁ ଥିବା ବେଳେ ସେ ଅନ୍ତର୍ଜାତୀୟ ଟି-୨୦ରୁ ମଧ୍ୟ ଅବସର ଘୋଷଣା କରି ସାରିଛନ୍ତି । ଭାରତ ଗତବର୍ଷ ଜୁଲାଇରେ ଟି-୨୦ ବିଶ୍ୱକପ ଜିତିବା ପରେ ରୋହିତ ଏହି ଫର୍ମାଟକୁ ଅଲବିଦା କହିଥିଲେ । କେବଳ ଟେଷ୍ଟ ଓ ଦିନିକିଆରେ ଫୋକସ କରିବେ ବୋଲି କହିଛନ୍ତି । ଏହାରି ମଧ୍ୟରେ ଦୀର୍ଘ ୧୨ ବର୍ଷ ପରେ ଭାରତ ଚାମ୍ପିଅନ୍ସ ଟ୍ରଫିର ନିକଟତର ହୋଇଥିବା ଯୋଗୁ ଯଦି ଦଳ କାଲି ପରାଜୟର ସମ୍ମୁଖୀନ ହୁଏ, ତେବେ ରୋହିତ କ୍ରିକେଟ ଜଗତରୁ ଅବସର ନେଇପାରନ୍ତି ବୋଲି ନିକଟରେ ବିସିସିଆଇ ସୂତ୍ରକୁ ଆଧାର କରି ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡ଼ିଛି ।
ଓପନର ଭାବେ ରୋହିତଙ୍କ ପ୍ରଭାବ ଓ ତାଙ୍କ ପାଖରେ ଥିବା ବିସ୍ଫୋରକ ବ୍ୟାଟିଂ ଶୈଳୀ ସମ୍ଭବତଃ ତାଙ୍କୁ ଦଳରେ ଅଣଦେଖା କରିବା ସହଜ ହେବନି । ଏହାରି ମଧ୍ୟରେ ରିପୋର୍ଟକୁ ନେଇ କ୍ରିକେଟ ପଣ୍ଡିତମାନେ ଦାବି କରିଛନ୍ତିଯେ, ରବିବାର ଭାରତ ଦୁବାଇରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ନୁ୍ୟଜିଲ୍ୟାଣ୍ଡ ବିପକ୍ଷରେ ଖେଳିବ । ଯଦି ଭାରତ ଫାଇନାଲରେ ହାରି ଯାଉଛି, ତା’ହେଲେ ରୋହିତ ସମ୍ଭବତଃ ଦିନିକିଆ କ୍ରିକେଟକୁ ଅଲବିଦା କହି ପାରନ୍ତି । ଯଦି ଭାରତ ଚାମ୍ପିୟନ୍ସ ଟ୍ରଫି ୧୨ ବର୍ଷ ପରେ ଜିତି ନେବ, ତା’ହେଲେ ରୋହିତ କୌଣସି ପ୍ରକାରର ଅବସର ଘୋଷଣା କରି ନ ପାରନ୍ତି । ଏପରି ସ୍ଥିତିରେ ସବୁ କିଛି ରୋହିତଙ୍କ ଉପରେ ନିର୍ଭର କରିବ । ସେ ହିଁ ତାଙ୍କ ତରଫରୁ ନିଜର ଅବସର ସମ୍ପର୍କରେ ନିଷ୍ପତ୍ତି ନେବେ । ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ଫାଇନାଲ ଜିତି ଯାଉଛି, ତା’ହେଲେ ରୋହିତ ଆଗକୁ କ୍ରିକେଟ ଖେଳିବା ଜାରି ରଖିବେ । କିନ୍ତୁ ସେ ଅଧିନାୟକ ପଦ ଛାଡି ଦଳରେ ଜଣେ ସାଧାରଣ ଖେଳାଳି ଭାବେ ରହିବେ । ରୋହିତ ଯେତେ ଦିନ ଯାଏ ଚାହିଁବେ ସେତେଦିନ ଯାଏ ତାଙ୍କୁ ଟିମରେ ରଖାଯିବ । ସେ ଓ ବିରାଟ କୋହଲି ମିଳିତ ଭାବେ ଯୁବ ଖେଳାଳିଙ୍କୁ ଦଳରେ ସେଟ କରିବା ପରେ ଯାଇ ଅବସର ଘୋଷଣା କରିପାରନ୍ତି ବୋଲି ଏହି ସୂତ୍ରରେ କୁହାଯାଇଛି ।