୨୦୨୭ରେ ଲଞ୍ଚ ହେବ ଚନ୍ଦ୍ରଯାନ-୪

ନୂଆଦିଲ୍ଲୀ: ୨୦୨୮ରେ ନୁହେଁ ୨୦୨୭ରେ ଲଞ୍ଚ ହେବ ଚନ୍ଦ୍ରଯାନ-୪ । ଏ ନେଇ ଗୁରୁବାର କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି । ଏହି ମିଶନ ଜରିଆରେ ଚନ୍ଦ୍ରପୃଷ୍ଠରୁ ନମୁନା ଭାବେ ପଥର ଖଣ୍ଡ ସଂଗ୍ରହ କରାଯିବ । ଯାହାଦ୍ବାରା ଚନ୍ଦ୍ରପୃଷ୍ଠ ସମ୍ପର୍କରେ ଅନେକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । ତେବେ ଇସ୍ରୋ ଚନ୍ଦ୍ରଯାନ-୪ ମିଶନକୁ ହେଭିଲିଫ୍ଟ ଲଞ୍ଚ ଭେହିକଲ LVM-3 ସାହାଯ୍ୟରେ ଉତକ୍ଷେପଣ କରିବ । କିନ୍ତୁ ଏହାକୁ ଦୁଇଟି ଅଲଗା ଲଞ୍ଚ ସହ ୫ଟି ଭିନ୍ନ ଭିନ୍ନ କମ୍ପୋନେଣ୍ଟକୁ କକ୍ଷପଥରେ ଏକତ୍ରିତ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।