ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ୍ ରୋକିବାକୁ ବୋର୍ଡର ବଡ଼ ପଦକ୍ଷେପ

ଏଇ ମାସ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଛି । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରଶ୍ନପତ୍ର ଲିକ୍ ରୋକିବାକୁ ଏଥର କିଛି ବଡ଼ ପଦକ୍ଷେପ ନେଇଛି ବୋର୍ଡ । ପ୍ରଥମଥର ପାଇଁ ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ। କ୍ୟୁଆର କୋଡ୍ ଓ ସିରିଏଲ ନମ୍ବର ମଧ୍ୟ ରହିବ। ପ୍ରତି ନୋଡାଲ ସେଣ୍ଟରରେ ଲାଗିବ ସିସିଟିଭି । କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି । ଏଥର ରାଜ୍ୟରେ ୩୧୪ଟି ନୋଡାଲ ସେଣ୍ଟ କରାଯିବ। ପ୍ରତି ଜିଲ୍ଲାରେ ହେବ ନୋଡାଲ ସେଣ୍ଟର। ସ୍କୁଲଠାରୁ ୫ରୁ ୧୦ କିଲୋମିଟର ମଧ୍ୟରେ ପରୀକ୍ଷା କେନ୍ଦ୍ର କରାଯିବ। ବୋର୍ଡ ସଭାପତି ଓ ଉପସଭାପତି ଆଜି ପ୍ରେସମିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଚଳିତବର୍ଷ ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ।