ମଙ୍ଗଳବାର ଠାରୁ ସକାଳୁଆ ଅଙ୍ଗନବାଡ଼ି

ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି ସକାଳୁଆ ହେବ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସକାଳ ୭ଟାରୁ ଦିନ୧୧ଟା ୩୦ ଯାଏଁ ଅଙ୍ଗନବାଡ଼ି କେନ୍ଦ୍ର ·ଲିବ । ଏନେଇ ବିଜ୍ଞପ୍ତି ଜାରି ହୋଇଛି । ପୂର୍ବରୁ ସକାଳୁଆ ସ୍କୁଲ ପାଇଁ ମଧ୍ୟ ସରକାର ଘୋଷଣା କରି ସାରିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଗାମୀ ୨ ଦିନ ଯାଏ ତାପମାତ୍ରା ଆହୁରି ବଢିବ ବୋଲି ପାଣିପାଗ ବିଭାଗ ସୁଚନା ଦେଇଛି ।