ସଫେଇ କର୍ମଚାରୀଙ୍କୁ ୧୦ ହଜାର ବୋନସ: ସିଏମ ଯୋଗୀ

ବିଶ୍ବର ସବୁଠାରୁ ବଡ ଧାର୍ମୀକ ଏବଂ ଆଧ୍ୟାତ୍ମିକ ସମାଗମ ମହାକୁମ୍ଭର ଅନ୍ତିମ ସ୍ନାନ ପର୍ବ ମହା ଶିବରାତ୍ରୀ ସହ ଶେଷ ହୋଇଛି । ତେଣୁ ମହାକୁମ୍ଭର ଆଜି ଔପଚାରିକ ଭାବେ ସମାପନ ହେଉଛି । ଏହି ଅବସରରେ ସିଏମ ଯୋଗୀ ପ୍ରୟାଗରାଜରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରୟାଗରାଜରେ ପହଞ୍ଚି ଗଙ୍ଗାର ଅରୈଲ ଘାଟ ସଫା କରୁଥିବାର ନଜର ଆସିଥିଲେ । ଏହା ପରେ ସିଏମ ଯୋଗୀ ମହାକୁମ୍ଭରେ ଲୋକଙ୍କୁ ସେବା କରୁଥିବା ସଫେଇକର୍ମଚାରୀ, ସ୍ବାସ୍ଥ୍ୟକର୍ମୀ ନାବିକଙ୍କୁ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ମହାକୁମ୍ଭରେ ସେବା ଦେଉଥିବା ସଫେଇକର୍ମଚାରୀଙ୍କୁ ୧୦ ହଜାର ଟଙ୍କା ବୋନସ ଦେବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ମହାକୁମ୍ଭ ଲାଗିଥିବା ବେଳେ ପ୍ରତ୍ୟେକ ଦିନ କୋଟି କୋଟି ଲୋକ ଆସି ପହଞ୍ଚିଥାଆନ୍ତି । ଏତେ ବିଶାଳ ସମାଗମ ବିଶ୍ବ ମଧ୍ୟରେ କେଉଁଠି ବି କେବେ ବି ହୋଇନଥିଲା । ୬୬ କୋଟି ୩୦ ଲକ୍ଷ ଶ୍ରଦ୍ଧାଳୁ ସମାଗମ ହେବା ଏବଂ କିଛି ଭି ପ୍ରକାରର ଅପହରଣ ମାମଲା, ଲୁଟ୍ ଘଟଣା, ହଇରାଣ ହରକତ ଘଟଣା ପରି ଘଟଣା ଘଟିନାହିଁ। ଆମେ ପ୍ରାଥମିକତା କୁ ଧ୍ୟାନରେ ରଖି ଥିଲୁ । ଏବଂ ଶ୍ରଦ୍ଧାଳୁଙ୍କ ସୁବିଧାକୁ ମଧ୍ୟନଜରରେ ରଖି ପ୍ରତ୍ୟେକ କାମ କରାଯାଇଛି ବୋଲି ଯୋଗୀ କହିଛନ୍ତି ।