ଭୀମ-ୟୁପିଆଇରେ ନେଣଦେଣ ପାଇଁ ଆର୍ଥିକ ପ୍ରୋତ୍ସାହନ

ନୂଆଦିଲ୍ଲୀ : ବୁଧୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍  ବୈଠକରେ ୨୦୨୪-୨୫ ବର୍ଷ ପାଇଁ ‘ବ୍ୟକ୍ତି ଠାରୁ ବ୍ୟବସାୟୀଙ୍କୁ  ୨୦୦୦ ଟଙ୍କା ମୂଲ୍ୟର ଭୀମ-ୟୁପିଆଇ ନେଣଦେଣକୁ ପ୍ରୋସôାହିତ କରିବା ଲାଗି ଆର୍ଥିକ ପ୍ରୋସôାହନ ଯୋଜନା’କୁ ମଞ୍ଜୁର କରିଛନ୍ତି । ଭୀମ-ୟୁପିଆଇ ନେଣଦେଣକୁ ପ୍ରୋସôାହିତ କରିବା ଲାଗି ଆର୍ଥିକ ପ୍ରୋସôାହନ ଯୋଜନାକୁ ଆନୁମାନିକ ୧୫ ଶହ କୋଟି ଟଙ୍କାର ବ୍ୟୟବରାଦ ସହିତ କାର୍ଯ୍ୟକାରୀ କରାଯିବ  । କେବଳ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୨ହଜାର ଟଙ୍କା ପର୍ଯ୍ୟନ୍ତ ୟୁପିଆଇ  ନେଣଦେଣକୁ ଏହି ଯୋଜନା ଅଧୀନରେ ସାମିଲ କରାଯିବ । ପ୍ରତ୍ୟେକ ନେଣଦେଣ ପିଛା ୦.୧୫%ର ପ୍ରୋସôାହନ ରାଶି ଯୋଗାଇ ଦିଆଯିବ । 
ଡିଜିଟାଲ୍ ବ୍ୟବସ୍ଥାର ପ୍ରସାର ମାଧ୍ୟମରେ ସୁବିଧାଜନକ, ସୁରକ୍ଷିତ, ଦ୍ରୁତ ନଗଦ ପ୍ରବାହ ଏବଂ ଉନ୍ନତ ଋଣ ବ୍ୟବସ୍ଥା । ବିନା କୌଣସି ଅତିରିକ୍ତ ଶୁଳ୍କର ସହଜ ପରିଶୋଧ ସୁବିଧା ଦ୍ୱାରା ସାଧାରଣ ନାଗରିକଙ୍କୁ ଲାଭ ଏବଂ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ୟୁପିଆଇ ସେବାର ଲାଭ ଉଠାଇବାରେ ସକ୍ଷମ କରିବା ଲକ୍ଷରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି । ସ୍ୱଦେଶୀ ଭୀମ-ୟୁପିଆଇ ପ୍ଲାଟଫର୍ମକୁ ପ୍ରୋସôାହନ କରିବା ସହ ଆର୍ଥିକ ବର୍ଷ ୨୦୨୪-୨୫ରେ ମୋଟ କାରବାର ପରିମାଣ ୨୦ ହଜାର କୋଟି ଲକ୍ଷ୍ୟ ହାସଲ କରିବା ଉଦେ୍ଧଶ୍ୟରେ ଏହି ବ୍ୟବସ୍ଥା କରାଯାଇଛି ।