କଲେଜ୍କୁ ଜିନ୍ସ ପ୍ୟାଣ୍ଟ-ସାର୍ଟ ମନା
ମୁମ଼୍ବାଇ : କଲେଜ ପରିସରକୁ ଜିନ୍ସ ପିନ୍ଧି ଯାଇପାରିବେନି ଛାତ୍ରୀଛାତ୍ର । ଅର୍ଥାତ କଲେଜ ପରିସରରେ ଜିନ୍ସ ମନା । ଏପରି ଏକ ନୋଟିସ୍ ଜାରି କରି ଏବେ ଅଡ଼ୁଆରେ ପଡ଼ିଛନ୍ତିି ଏକ କଲେଜ୍ କର୍ତ୍ତୃପକ୍ଷ । ମହାରାଷ୍ଟ୍ରର ଚେମ଼୍ବୁରରେ ଥିବା ଆଚାର୍ଯ୍ୟ ମରାଠେ କଲେଜ୍ କର୍ତ୍ତୃପକ୍ଷ ଯେଉଁ ଛାତ୍ରୀଛାତ୍ର ଜିନ୍ସ ପିନ୍ଧି କଲେଜ୍ ଆସିବେ ସେମାନଙ୍କୁ କଲେଜ୍ ମଧ୍ୟକୁ ପ୍ରବେଶ କରିବାକୁ ଦିଆଯିବନାହିଁ ବୋଲି କହିଛନ୍ତି ।
ଏହି ନୋଟିସ୍ରେ ଛାତ୍ରମାନେ ସାଧାରଣ ପୋଷାକରେ କଲେଜ୍ ଆସିବେ ବୋଲି ଲେଖାଯାଇଛି । ଏଥିସହିତ ଛାତ୍ରୀମାନେ ପାଶ୍ଚାତ୍ୟ ପୋଷାକ ପରିଧାନ କରି ଆସିବେ । ଯେଉଁ ଡ୍ରେସ୍ ସେମାନଙ୍କର ଧର୍ମ ବିରୋଧୀ ତାହା ପିନ୍ଧି ଆସିପାରିବେନି ବୋଲି ଏଥିରେ ଉଲ୍ଲେଖ ରହିଛି । ଛାତ୍ରୀଛାତ୍ର ହାଫ୍ ସାର୍ଟ, ଫୁଲ୍ ସାର୍ଟ ଏବଂ ଟ୍ରାଉଜର ପିନ୍ଧି ଆସିପାରିବେ । ଧର୍ମ ଏବଂ ସଂସ୍କୃତିକୁ କ୍ଷତି ପହଞ୍ଚାଉଥିବା କୌଣସି ପୋଷାକ କଲେଜ୍କୁ ପିନ୍ଧି ଆସିବାକୁ ବାରଣ କରାଯାଇଛି ।