ମଙ୍ଗଳା କଲେଜରେ ବ୍ୟାପକ ଅନିୟମିତତା , ବେଆଇନ ନିଯୁକ୍ତି ଦେଇ ଲକ୍ଷାଧିକ ତୋଷାରପାତ 

ାା ପ୍ରଭାନୁ୍ୟଜ୍ ।ା କାକଟପୁର: କାକଟପୁର ସେବକ ସମିତି ଓ କାକଟପୁର ଅଞ୍ଚଳବାସୀଙ୍କ ପ୍ରଚେଷ୍ଟାରେ ଗଢି ଉଠିଥିବା ଶିକ୍ଷାନୁଷ୍ଠାନ ମଙ୍ଗଳା କଲେଜରେ ବ୍ୟାପକ ଅନିୟମିତତା ଯୋଗୁଁ ଶିକ୍ଷା ଓ ପରିଚାଳନା ଗତ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । ଅଧ୍ୟପାକ ଓ ଅଧ୍ୟାପିକା ନିୟମିତ ୭ ଘଣ୍ଟା ଅଧ୍ୟାପନା ପାଇଁ ସରକାରଙ୍କ ନିଦେ୍ର୍ଦଶ ଥିବାବେଳେ ବୟୋମେଟ୍ରିକ ଥିଲେ ମଧ୍ୟ ଏଠାରେ ଏହି ନିୟମକୁ ଫୁ କରି ଉଡାଇ ଦିଆଯାଉଛି । କେଉଁ କର୍ମଚାରୀ କେତେବେଳେ ଆସନ୍ତି ଓ କେତେବେଳେ ଯାଆନ୍ତି ତାହା କେବଳ ଅଧକ୍ଷଙ୍କୁ ଜଣା । ଅଧ୍ୟକ୍ଷଙ୍କୁ ଖୁସିକରାଇ କିଛି ଅଧ୍ୟପାକ ଅଧ୍ୟାପିକା ଶ୍ରେଣୀ ଗୃହରେ ପାଠ ନ ପଢାଇ ବିଭିନ୍ନ କୋଚିଂ ସେଣ୍ଟରରେ ଖୋଲା ଖୋଲି ଶିକ୍ଷା ଦାନ କରୁଛନ୍ତି ଫଳରେ ଏଠାରେ ପ୍ରାୟ ସମୟ କ୍ଲାସ ନ ହୋଇ ଶିକ୍ଷା ବ୍ୟବସ୍ତା ସମ୍ପୂର୍ଣ୍ଣ ରୂପେ ଭୁଶୁଡି ପଡିଛି ଅଭିଯୋଗ ହୋଇଛି । କଲେଜରେ ପରିଚାଳନାଗତ ତ୍ରୁଟି ଓ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ଜାଣି ସୁଦ୍ଧା ପରିଚାଳନା କମିଟି ସଭାପତି କେବଳ ଠିକା ଅଧ୍ୟାପକଙ୍କୁ ନିଯୁକ୍ତି ଦେବାକୁ ପ୍ରାଧାନ୍ୟ ଦେଉଥିବାବେଳେ, ଅନ୍ୟ ସମସ୍ୟା ପ୍ରତି ଆଖି ବୁଜି ଦେଉଛନ୍ତି । ଅଧ୍ୟାପକ ଓ କର୍ମଚାରୀଙ୍କ ଆବଶ୍ୟକତା ନଥାଇ ମଧ୍ୟ ସେମାନଙ୍କୁ ନିଯୁକ୍ତି ଦେଇ କଲେଜ ରାଜକୋଷରୁ ଅଯଥା ଲକ୍ଷ ଲକ୍ଷ ଟଙ୍କା ଅପବ୍ୟୟ ହେଉଥିବା ଜାଣିବାକୁ ମିଳିଛି । କଲେଜ ଚାଲୁଥିବା ସମୟରେ କିଛି କର୍ମଚାରୀ ଓ ଅଧ୍ୟାପକ ନିୟମିତ ମଦ୍ୟପାନ କରି କଲେଜ ପରିସରରେ ଆଶାଳୀନ ଭାଷା ବ୍ୟବହାର କରୁଛନ୍ତି ବୋଲି ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି । କିଛି ଅସାଧୁ ବ୍ୟକ୍ତି କଲେଜର କିଛି କର୍ମଚାରୀଙ୍କୁ ଧରି କଲେଜର ସମ୍ପତିକୁ ହଡପ କରିବାକୁ ମସୁଧା ଚଳାଇଛନ୍ତି । ଏହି ଗୁଞ୍ଜରଣ ଶୁଣିଲା ପରେ କାକଟପୁର ସେବକ ସମିତି, ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ତୁରନ୍ତ ପୁରୀଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।