ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା
ପୁରୀ : ୧୦୫ କାକଟପୁର ଓ ୧୦୬ ନିମାପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସରୋଜ କୁମାର ପୁରୀରେ ପହଞ୍ଚô ନିର୍ବାଚନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସର୍କିଟ ହାଉସ ଠାରେ ଅନୁଷ୍ଠିତ ବୈଠକରେ ଡ଼େପୁଟି କଲେକ୍ଟର ମନିଷା ଷଡ଼ଙ୍ଗୀ ଜିଲ୍ଲାର ନିର୍ବାଚନ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଓ ଗଠନ ହୋଇଥିବା ବିଭିନ୍ନ ମନିଟରିଂ ଟିମ୍ ସଂପର୍କରେ ପର୍ଯ୍ୟବେକ୍ଷକଙ୍କୁ ଅବଗତ କରାଇଥିଲେ । ପରେ ସଂପୃକ୍ତ ଟିମ୍ ସଦସ୍ୟମାନଙ୍କ ସହ ଶ୍ରୀ କୁମାର ଆଲୋଚନା କରିଥିଲେ । ଏହାପରେ ପର୍ଯ୍ୟବେକ୍ଷକ ଶ୍ରୀ କୁମାର ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟରେ ଚାଲୁଥିବା ଏମ୍.ସି.ଏମ.ସି କେନ୍ଦ୍ର ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟ ପରିଚାଳନା ସଂପକରେ ପଚାରି ବୁଝିଥିଲେ । ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୁଧାଂଶୁଧର ମିଶ୍ର ମଧ୍ୟ ଏମସିଏମ୍ସି କେନ୍ଦ୍ର ବୁଲି ଦେଖିବା ସହ ପରିଚାଳନାର ବିବିଧ ପ୍ରକ୍ରିୟା ସଂପର୍କରେ ପଚାରି ବୁଝିଥିଲେ । ବିଭିନ୍ନ ପ୍ରିଣ୍ଟ ମିଡ଼ିଆ, ଇଲେକ୍ଟ୍ରୋନିକ୍ ମିଡ଼ିଆ ଓ ସୋସିଆଲ ମିଡ଼ିଆରେ ପ୍ରକାଶିତ ଖବର ଉପରେ ଦୃଷ୍ଟି ରଖିବା ସହ ତାହାର ତଥ୍ୟ ପର୍ଯ୍ୟବେକ୍ଷକମାନଙ୍କୁ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ । ଡ଼େପୁଟି କଲେକ୍ଟର ପିୟଦର୍ଶିନୀ ମଲ୍ଲିକ, ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଏମସିଏମ୍ସିର ପରିଚାଳନା ସଂପର୍କରେ ଅବଗତ କରାଇଥିଲେ ।