ରାଜୀବ ଗାନ୍ଧିଙ୍କ ଜୟନ୍ତୀ ପାଳିତ

ପୁରୀ: ପୁରୀ ଜିଲ୍ଳା କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ରାଜୀବ ଗାନ୍ଧିଙ୍କ ୮୧ତମ ଜୟନ୍ତୀ ଅବସରରେ ତାଙ୍କର ମହନୀୟ ସ୍ମୃତି ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଇନ୍ଦିରା ଭବନ ଠାରେ ଆୟୋଜିତ ଏହି ଜୟନ୍ତୀ ସମାବେଶରେ ସ୍ୱର୍ଗତ ଗାନ୍ଧୀଙ୍କ ରାଜନୈତିକ ଦକ୍ଷତା, ବାଗ୍ମୀତା,  ଭାରତକୁ ଏକବିଂଶ ଶତାଦ୍ଧୀରେ ପହଞ୍ଚାଇବା ପାଇଁ ବିଜ୍ଞାନର କାରିଗରୀ କୌଶଳ କ୍ଷେତ୍ରରେ ଉନ୍ନତି ସଂପର୍କରେ ବରିଷ୍ଠ କଂଗ୍ରେସ ନେତାମାନେ ଉଲ୍ଲେଖ କରିବା ସହ ତାଙ୍କର ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜୟନ୍ତୀ ସଭାରେ ସଭାପତିତ୍ୱ କରିଥିଲେ ସ୍ୱଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ପ୍ରକୋଷ୍ଠର ଅଧ୍ୟକ୍ଷ ମାନସ ମଲ୍ଲିକ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଳା କଂଗ୍ରେସ ସଭାପତି ପୁଷ୍କର ମହାପାତ୍ର, ଉତ୍ତମ କୁମାର ଆଚାର୍ଯ୍ୟ, ପୂର୍ବତନ କାଉନସିଲର ସରସ୍ୱତୀ ପାତ୍ର, ମହିଳା କଂଗ୍ରେସ ନେତ୍ରୀ ବିଦୁଲତା ଆଚାର୍ଯ୍ୟ, ପୁରୀ ଓକିଲ ସଂଘର ସଭାପତି ପ୍ରେମାନନ୍ଦ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ରାଜେଶ ମିଶ୍ର ଓ କାଳୀପ୍ରସାଦ ନାୟକ ପ୍ରମୁଖ ରାଜୀବ ଗାନ୍ଧୀଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।