ରୋଜିନା ହତ୍ୟା ମାମଲା,  ନଣନ୍ଦ ପରେ ସ୍ୱାମୀକୁ ବାନ୍ଧିଲା ପୁଲିସ

ାା ପ୍ରଭାନୁ୍ୟଜ ।ା ବିଞ୍ଝାରପୁର: : ରୋଜିନା ହତ୍ୟା ମାମଲାରେ ବିଞ୍ଝାରପୁର ପୁଲିସ ନଣନ୍ଦ ପରେ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ସ୍ୱାମୀ ସେକ ମୁସ୍ତକିମ ବୋଲି ଥାନା ଅଧିକାରୀ ବାମଦେବ ନନ୍ଦ ସୂଚନା ଦେଇଛନ୍ତି । ବିଞ୍ଝାରପୁର ଥାନା ଅନ୍ତର୍ଗତ କାଲାମହଲା ଅଞ୍ଚଳର ବହୁ ଚର୍ଚ୍ଚିତ ସଂଖ୍ୟାଲଘୁ ମହିଳା ରୋଜିନା ହତ୍ୟା ଓ କବର ଖୋଳି ମୃତ ଦେହ ଉଦ୍ଧାର ଘଟଣାରେ୫ ଦିନ ପୂର୍ବରୁ ନଣନ୍ଦକୁ ପୁଲିସ ତାର ଶାଶୁଘରୁ ଉଠାଇ ଆଣି କୋର୍ଟ ଚାଲାଣ କରିଥିଲା । ତେବେ ଘଟଣା ପରଠାରୁ ସ୍ୱାମୀ ମୁସ୍ତକିମ ଫେରାର ଥିବା ବେଳେ ପୁଲିସ ଗିରଫ କରିବାକୁ ତାର ବିଭିନ୍ନ ସମ୍ପର୍କୀୟଙ୍କ ଘର ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢାଉ କରୁଥିଲା । ମୁସ୍ତକିମ ବାରମ୍ବାର ପୁଲିସ ଆଖିରେ ଧୂଳି ଦେଇ ଖସିଯାଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ବରୁଆଁ ଆଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଥିଲା । ମୁସ୍ତକିମ ଗୁପ୍ତ ଭାବେ ନିଜର ଓକିଲ ସହିତ ସାକ୍ଷାତ କରିବାକୁ ଯାଉଥିବା ବେଳେ ପୂର୍ବରୁ ସାଧା ପୋସାକରେ ବିଞ୍ଝାରପୁର ପୁଲିସ ବିଭିନ୍ନ ସ୍ଥାନରେ ଜଗି ରହିଥିଲା । ମୁସ୍ତକିମ ବରୁଆଁ ଅଞ୍ଚଳ ଦେଇ ଯାଉଥିବା ପୁଲିସ ଖବର ପାଇ ତାକୁ କାବୁ କରିଥିଲା । ଖବର ଅନୁଯାଇ ପଶ୍ଚିମବଙ୍ଗ ରାଜ୍ୟର ପଶ୍ଚିମ ମେଦିନପୁର ଦେବରା ଥାନା ଅଞ୍ଚଳର ରଜଉଲ୍ଲ ରେହମାନ ଖାନଙ୍କ ଝିଅ ରୋଜିନା ଖାତୁନ ୨୦୧୭ ଅପ୍ରେଲ୧୦ ତାରିଖରେ ବିଞ୍ଝାରପୁର ଥାନା ଅନ୍ତର୍ଗତ କାଲାମୋହଲା ଅଞ୍ଚଳର ସେକ ଇସ୍ହାକ୍ଙ୍କ ପୁଅ ସେକ ମୁସ୍ତକିମ୍ଙ୍କୁ ବିବାହ କରିଥିଲେ । ବିବାହ ସମୟରେ କନ୍ୟାପକ୍ଷ ବରପକ୍ଷ କହିବା ଅନୁଯାଇ ୫ଲକ୍ଷ ଟଙ୍କା, ୧୨୦ ଗ୍ରାମ ସୁନା ସମେତ ବିଭିନ୍ନ ଘରକଳନା ସାମଗ୍ରୀ ପ୍ରଦାନ କରିଥିଲେ । ମାତ୍ର ବିବାହ ପରେ ରୋଜିନା ଖାତୁନଙ୍କୁ ଶାଶୁଘର ଲୋକେ ଅଧିକ ଯୌତୁକ ଦାବିରେ ନାନାଦି ନିର୍ଯ୍ୟାତନା ଦେଉଥିଲେ । ଚଳିତବର୍ଷ ସେପ୍ଟେମ୍ବର ୨୧ତାରିଖ ରାତିରେ ରୋଜିନାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ନେଇ ନଣନ୍ଦ ଫୋନ କରି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏହାର ମାତ୍ର କେଇ ମିନିଟ ପରେ ରୋଜିନାଙ୍କ ହୃଦଘାତରେ ମୃତ ହୋଇଯାଇଥିବା ପୁଣି ଫୋନ ଯୋଗେ ସେମାନଙ୍କୁ କୁହାଯାଇଥିଲା । ଘଟଣାର ୧୫ଦିନ ପରେ ପରିବାର ଲୋକେ ଝିଅର ସ୍ୱାଭାବିକ ମୃତୁ୍ୟ ନୁହେଁ ବରଂ ଏହା ଏକ ହତ୍ୟା ଘଟଣା ବୋଲି ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ବିଞ୍ଝାରପୁର ଥାନା ପୁଲିସ ୫୫୮/୨୪ରେ ମାମଲା ରୁଜ କରୁ ତଦନ୍ତ ଆରମ୍ଭ କରିଥିବା ବେଳେ ରୋଜିନାଙ୍କ କବର ଦିଆଯାଇଥିବା ସ୍ଥାନକୁ ସାଇଣ୍ଟିଫିକ୍ ଟିମ ଓ ମାଜଷ୍ଟେଟ୍ଙ୍କ ଉପସ୍ଥିତିରେ ଖନନ କରି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମୁଖ୍ୟଚିକିସôାଳୟକୁ ପଠାଇଥିଲା ।