ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ମାନସ ମଙ୍ଗରାଜ
ଭୁବନେଶ୍ବର : ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ସ୍ଥାନ ପାଇଲେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । କୋଇଲା, ଖଣି ଓ ଇସ୍ପାତ ସମ୍ପର୍କିତ କମିଟିରେ ମାନସ ମଙ୍ଗରାଜ ସ୍ଥାନ ପାଇଛନ୍ତି । ବିଜେଡିର ୭ ଜଣ ରାଜ୍ୟସଭା ସାଂସଦ ବିଭିନ୍ନ କମିଟିରେ ସ୍ଥାନ ପାଇଛନ୍ତି । ଡ. ସସ୍ମିତ ପାତ୍ର ଯୋଗାଣ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା କମିଟିରେ ସ୍ଥାନ ପାଇଥିବାବେଳେ ସାର ଓ ରସାୟନ କମିଟିରେ ନିରଞ୍ଜନ ବିଶି, ଶିଳ୍ପ କମିଟିରେ ସୁଲତା ଦେଓ, ଗୃହ ନିର୍ମାଣ ଓ ନଗର ଉନ୍ନୟନ କମିଟିରେ ଦେବାଶିଷ ସାମନ୍ତରାୟ, ରେଳବାଇରେ ଶୁଭାଶିଷ ଖୁଣ୍ଟିଆ ଏବଂ ପ୍ରତିରକ୍ଷା ସମ୍ପର୍କିତ କମିଟିରେ ମୁଜିବୁଲ୍ଲା ଖାନ ସ୍ଥାନ ପାଇଛନ୍ତି ।
ଏହି କମିଟିରେ ଓଡ଼ିଶାର ବହୁ ସାଂସଦଙ୍କୁ ସ୍ଥାନ ମିଳିଛି।୩୧ ଜଣିଆ ବାଣିଜ୍ୟ କମିଟିରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି। ଅର୍ଥ କମିଟିରେ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସ୍ଥାନ ମିଳିଛି। ଅର୍ଥ କମିଟିରେ ଅଧ୍ୟକ୍ଷ ଭାବେ ଭର୍ତ୍ତୃହରି ମହତାବଙ୍କୁ ନିଯୁକ୍ତ କରାଯାଇଛି। ଶିକ୍ଷା, ମହିଳା ଓ ଶିଶୁ ବିଭାଗ କମିଟିରେ ସାଂସଦ ସମ୍ବିତ ପାତ୍ର ନିଯୁକ୍ତ ହୋଇଛନ୍ତି। ସେହିପରି ରେଲୱେ କମିଟିରେ ସାଂସଦ ସୁବାଶିଷ ଖୁଣ୍ଟିଆ, ବଳଭଦ୍ର ମାଝୀ ଓ ସଙ୍ଗୀତା ସିଂଦେଓ ସ୍ଥାନ ପାଇଛନ୍ତି। ଶିଳ୍ପ କମିଟିରେ ବିଭୁ ତରାଇଙ୍କ ନାଁ ରହିଛି। ସେହିପରି ସାଂସଦ ଅଭିମନ୍ୟୁ ସେଠୀ ପରିବହନ, ପର୍ୟ୍ୟଟନ ଓ ସଂସ୍କୃତି ବିଭାଗ କମିଟିରେ ସାମିଲ ହୋଇଛନ୍ତି। ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ କମିଟି ଅଧ୍ୟକ୍ଷ ଭାବେ ସପ୍ତଗିରି ଉଲ୍ଲାକା ନିଯୁକ୍ତ ହୋଇଛନ୍ତି। ଖାଦ୍ୟ ଓ ସାଧାରଣ ବଣ୍ଟନ କମିଟିର ସଦସ୍ୟ ଭାବେ ମାଳବିକା ଦେବୀଙ୍କ ନାଁ ରହିଛି।
କୋଇଲା, ଖଣି, ଇସ୍ପାତ କମିଟିରେ ଅନନ୍ତ ନାଏକ ଏବଂ ଶ୍ରମ, ଦକ୍ଷତା ବିକାଶ କମିଟିରେ ପ୍ରଦୀପ ପୁରୋହିତ ସାମିଲ ହୋଇଛନ୍ତି। ସେହିପରି ବୈଦେଶିକ ବ୍ୟାପାର ବିଭାଗ କମିଟିରେ ପ୍ରଦୀପ ପାଣିଗ୍ରାହୀ ଅଛନ୍ତି। ପଞ୍ଚାୟତିରାଜ ବିଭାଗ କମିଟିରେ ନବ ଚରଣ ମାଝୀ ଓ ଜଳ ସଂପଦ ବିଭାଗ କମିଟିରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସଦସ୍ୟ ଅଛନ୍ତି।ସୂଚନା ଓ ପ୍ରଯୁକ୍ତିବିଦ୍ୟା କମିଟିରେ ରବୀନ୍ଦ୍ର ନାରାୟଣ ନାୟକ ଓ ଶ୍ରମ, ଦକ୍ଷତା ବିକାଶ କମିଟିରେ ରୁଦ୍ର ନାରାୟଣ ପାଣି ସାମିଲ ହୋଇଛନ୍ତି। କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କମିଟିରେ ସୁକାନ୍ତ ପାଣିଗ୍ରାହୀଙ୍କ ନାଁ ରହିଛି। ବାଣିଜ୍ୟ କମିଟିରେ ସାଂସଦ ଅନିତା ଶୁଭଦର୍ଶିନୀ ସଦସ୍ୟ ଅଛନ୍ତି। ଶକ୍ତି କମିଟିରେ ସ୍ଥାନ ପାଇଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ। ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ କମିଟିରେ ସସ୍ମିତ ପାତ୍ର ଓ ପ୍ରତିରକ୍ଷା ବିଭାଗ କମିଟିରେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ସାମିଲ ହୋଇଛନ୍ତି। ଶିଳ୍ପ କମିଟିରେ ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ନାଁ ରହିଛି। ସେହିପରି ସାର ଓ ରସାୟନ ବିଭାଗ କମିଟିର ସଦସ୍ୟ ଭାବେ ନିରଂଜନ ବିଶିଙ୍କ ନାଁ ରହିଛି।