ବଡ଼ଗଡ଼ ବ୍ରିଟ୍ କଲୋନୀରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ
ଭୁବନେଶ୍ୱର : ବଡ଼ଗଡ଼ ବ୍ରିଟ୍ କଲୋନୀରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ସନ୍ଦେହରେ ୨ ଯୁବତୀ । ଝୁଲନ୍ତା ଅବସ୍ଥାରେ ଥିବା ଯୁବକଙ୍କ ନିକଟରୁ ମୋବାଇଲ ନେଇ ଛୁ ମାରିଲେ ୨ ଯୁବତୀ। ଯାହାକୁ ନେଇ ଚର୍ଚ୍ଚା ସନ୍ଦେହରେ ୨ ଯୁବତୀ ଥିବା ଜଣାପଡିଛି। ସିସିଟିଭି ଦେଖି ସମ୍ପୃକ୍ତ ୨ ଯୁବତୀଙ୍କୁ ପୋଲିସ ଖୋଜୁଛି । ଯୁବକ ହେଲେ କୁଆଖିଆ ଯାଜପୁରର ଶୁଭମ ପଣ୍ଡା। ସେ ବରଗଡ଼ରେ ପୂଜା ସାମଗ୍ରୀ ଦୋକାନ କରିଥିଲେ। ବଡଗଡ ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଶେଷଥର ପାଇଁ ସିସିଟିଭିରେ ଦୁଇ ଯୁବତୀଙ୍କୁ ଏକ ସ୍କୁଟିରେ ଯାଉଥିବା ଦେଖିବାକୁ ମିଳିଛି I ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।