ହୀରାକୁଦ: ୭ ଗେଟ୍ ଦେଇ ଜଳ ନିଷ୍କାସିତ
ସମ୍ବଲପୁର: ସର୍ବୋଚ୍ଚ ଜଳସ୍ତର ଛୁଇଁଲା ହୀରାକୁଦ ଜଳଭଣ୍ଡାର । ଶୁକ୍ରବାର ସକାଳ ୯ଟା ସୁଦ୍ଧା ମ୍ୟାଜିକ ନମ୍ୱର ୬୩୦ ଫୁଟ ଛୁଇଁ ମୋଟ ୭ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଡ୍ୟାମ୍ର ବାମ ପାର୍ଶ୍ୱରେ ୫ଟି ଏବଂ ଡାହାଣ ପାର୍ଶ୍ୱରୁ ୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ।
ସୂଚନା ମୁତାବକ, ଡ୍ୟାମ୍ର ସର୍ବୋଚ୍ଚ କ୍ଷମତା ୬୩୦ ଫୁଟ ଥିବାବେଳେ ଶୁକ୍ରବାର ସକାଳ ୯ଟା ସୁଦ୍ଧା ୬୩୦ ଫୁଟ ଉଚ୍ଚତାରେ ଜଳ ନିଷ୍କାସିତ ହୋଇଛି । ତେବେ ପୂର୍ବରୁ ୪ ଟି ଗେଟ୍ ଦେଇ ଜଳ ନିଶ୍କାସିତ ହେଉଥିବା ବେଳେ ଶୁକ୍ରବାର ଆଉ ୩ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ମୋଟ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ।