ପୁଣି ଆଇଏଏସ୍ ସ୍ତରରେ ଅଦଳବଦଳ


ଭୁବନେଶ୍ୱର : ପୁଣି ରାଜ୍ୟ ସରକାର ଆଇଏଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି  । ଗୋଟିଏ ପଟେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଜୋରଦାର ଚର୍ଚ୍ଚା ହେଉଥିବାବେଳେ ଅପରପକ୍ଷରେ ଜିଲ୍ଲାପାଳ ଓ ସଚିବସ୍ତରରେ ବଡ଼ ଅଦଳବଦଳ କରାଯାଉଛି  । ନିକଟରେ ୪୭ ଆଇଏଏସ ଅଫିସରଙ୍କୁ ବଦଳି କରାଯାଇଥିବାବେଳେ ଆଜି ଆଉ ୧୩ ଆଇଏଏସଙ୍କର ବଦଳି ହୋଇଛି  । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୨୦୦୫ ବ୍ୟାଚ୍ ଆଇଏଏସ  ଅଫିସର ରାଜେଶ ପ୍ରଭାକର ପାଟିଲ୍ଙ୍କୁ ସମବାୟ ବିଭାଗର କମିଶନର-ସଚିବ ଭାବେ ନିଯୁକ୍ତି ଦିଆଯାଇଛି  । ଏହାଛଡ଼ା ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଓ ଓଡ଼ିଶା ରାଜ୍ୟ ୱେୟାରହାଉସିଂ ନିଗମର ଅଧ୍ୟକ୍ଷ ଭାବେ ସେ ପୂର୍ବଭଳି ଦାୟିତ୍ୱରେ ରହିବେ  । ସେହିପରି ୨୦୦୯ ବ୍ୟାଚ୍ ଆଇଏଏସ ଅଫିସର ଡକ୍ଟର ବିଜୟ କେତନ ଉପାଧ୍ୟାୟଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି  । ୨୦୧୧ ବ୍ୟାଚ୍ ଆଇଏଏସ ଅଫିସର ସମର୍ଥ ବର୍ମାଙ୍କୁ ଲଘୁ ଖଣିଜ ବିଭାଗର ନିଦେ୍ର୍ଦଶକ ଭାବେ ନିଯୁକ୍ତି ମିଳିଛି  । ସେହିପରି ଓଏଫଡ଼ିସିର ପରିଚାଳନା ନିଦେ୍ର୍ଦଶକ ଭାବେ ମଧ୍ୟ ସେ କାର୍ଯ୍ୟ କରିବେ  । ପୂର୍ବରୁ ସେ ଏହି ଦୁଇ ଦାୟିତ୍ୱରେ ଥିବାବେଳେ ତାଙ୍କ ହାତରୁ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗ କାଢ଼ି ନିଆଯାଇଛି  । 
୨୦୧୪ ବ୍ୟାଚ୍ ଆଇଏଏସ ଅଫିସର ଦୀପଙ୍କର ମହାପାତ୍ରଙ୍କୁ ହକି ପ୍ରୋତ୍ସାହନ ପରିଷଦର ସିଇଓ ଭାବେ ଦାୟିତ୍ୱ ଦିଆଯାଇଛି  । ୨୦୨୩ ବ୍ୟାଚ୍ ଆଇଏଏସ ପ୍ରେକ୍ଷା ଅଗ୍ରୱାଲଙ୍କୁ ଧର୍ମଗଡ଼ର ଉପ ଜିଲ୍ଲାପାଳ ଓ ସବଡ଼ିଭିଜନାଲ ମାଜିଷ୍ଟ୍ରେଟ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି  । ୨୦୨୩ ବ୍ୟାଚ୍ ଆଇଏଏସ ପ୍ରଣିତା ଦାସଙ୍କୁ ବାଲିଗୁଡ଼ା ଉପଜିଲ୍ଲାପାଳ ଭାବେ, ଆଇଏଏସ କସ୍ତୁରୀ ପଣ୍ଡାଙ୍କୁ କରଞ୍ଜିଆ ପଞ୍ଚପୀର ଉପ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି  । ଏତଦବ୍ୟତୀତ ଆଇଏଏସ ଅଭିଷେକ ଦିଲ୍ଲୀପ ଦୁଧାଲଙ୍କୁ ଗୁଣୁପୁର ଉପଜିଲ୍ଲାପାଳ ଭାବେ, ଆଇଏଏସ ଅଶ୍ୱିନୀ ଏ.ଏଲଙ୍କୁ ନବରଙ୍ଗପୁର ଉପଜିଲ୍ଲାପାଳ ଭାବେ, ଆଇଏଏସ ସି ସରଭାନନଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ ଭାବେ, ତେଜସ୍ୱିନୀ ବେହେରାଙ୍କୁ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଭାବେ, ଶିବ ମାଲବ୍ୟଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ ଭାବେ ଓ ଅବିନାଶ କୁମାରଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି  ।