ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଛାତ୍ର କଂଗ୍ରେସ

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଛାତ୍ର କଂଗ୍ରେସ

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ । ଛାତ୍ର କଂଗ୍ରେସ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହିତ ଅଣ୍ଡାମାଡ କରିଛି । ଉତ୍କଳ ବିଶ୍ବବିଦ୍ୟାଳୟର ଆଡମିଶନ ପ୍ରକ୍ରିୟାରେ ଅନିୟମିତତାକୁ ନେଇ ଛାତ୍ର କଂଗ୍ରେସ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି । ବାସଭବନ ଘେରାଉ ସମୟରେ ପୋଲିସ ସହିତ ଧସ୍ତାଧସ୍ତିର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏନେକ କଂଗ୍ରେସ କର୍ମୀ ଏହି ବିକ୍ଷୋଭରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ପରିସ୍ଥିତି ଅଣାୟତ୍ତ ହେବାକୁ କିଛି କର୍ମୀଙ୍କୁ ଉଠାଇ ନେଇଛି ପୋଲିସ । ଉତ୍କଳ ବିଶ୍ବ ବିଦ୍ୟାଳୟର ଲାଇବ୍ରେରୀ ସାଇନ୍ସ ବିଭାଗରେ ଏହି ଅନୀୟମିତତା ହୋଇଥିବା ଜଣାପଡିଛି । ଏନେଇ ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି, “ ଭଲ ରାଙ୍କ ରଖିଥିବା ପିଲାଙ୍କୁ ଆଡମିଶନ ନମିଳି ଅନ୍ୟ ପିଲାଙ୍କୁ ଆଡମିଶନ ଦିଆଗଲା । ଏନେଇ ରାଜ୍ୟପାଳଙ୍କ ଘର ଘେରାଉ କରି ପ୍ରତିବାଦ କରିଥିଲେ ହେଁ ଆଜି ଯାଏଁ ଛାତ୍ର ବିଜୟ ସାହୁଙ୍କୁ ନ୍ୟାୟ ମିଳିପାରିଲା ନାହିଁ । ଏତେ ସବୁ ଘଟଣା ଘଟିଗଲେ ମଧ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କର ନୀଦ ଭାଙ୍ଗୁ ନାହିଁ । ତେବେ ଚର୍ଚ୍ଚା ହେଉଛି ମନ୍ତ୍ରୀଙ୍କ ଚାପରେ ହିଁ ଏହି ଆଡମିସନ ପ୍ରକ୍ରିୟାରେ ଚାପ ପକାଯାଇଛି । ତେବେ ବିଜୟ ସାହୁଙ୍କୁ ଅନ୍ୟାୟ କରିବା ଯୋଗୁଁ ତାଙ୍କ କ୍ୟାରିୟର ବପବାଦ ହେବାକୁ ଯାଉଛି । ବିଜେପି କ୍ଷମତାକୁ ଆସିବା ପରେ ହିଟଲର ଶାସନ କରୁଛି । ପୋଲିସର ସାହାଯ୍ୟରେ ଦାୟିତ୍ବହୀନତାକୁ ସୁରକ୍ଷା ଦେବାର