ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ପଦଯାତ୍ରା
ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ପାଇଁ କଂଗ୍ରେସର ପଦଯାତ୍ରା । ବଳଙ୍ଗାଠାରୁ ନିମାପଡ଼ା ପର୍ଯ୍ୟନ୍ତ ପଦଯାତ୍ରା କରୁଛି କଂଗ୍ରେସ । ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ପଦଯାତ୍ରାରେ ସାମିଲ ହୋଇଛନ୍ତି । ପୀଡିତାଙ୍କ ଗାଁ ବଳଙ୍ଗା ବାୟାବରରୁ ଆରମ୍ଭ ହୋଇଛି ପଦଯାତ୍ରା । ସେପଟେ କଂଗ୍ରେସ ପଦଯାତ୍ରା ପାଇଁ ପୀଡ଼ିତାଙ୍କ ଘର ଓ କବର ଦିଆଯାଇଥିବା ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।ସେପଟେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କାଠିଆପଡ଼ା ଗାଁରେ ଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତ ଯେତେ ଆଗକୁ ବଢୁଛି, ରହସ୍ୟ ସେତେ ବଢିବାରେ ଲାଗିଛି । ପୀଡିତାଙ୍କ ବାପାଙ୍କ ମୋବାଇଲ ଫୋନ୍କୁ ଜବତ କରିଛି ପୁଲିସ । ବାପାଙ୍କ ମୋବାଇଲରେ ମୃତ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡ଼ିଓ ରହିଥିବା ସୂଚନା ମିଳିଛି । ଏହି ଫଟୋ ଓ ଭିଡ଼ିଓକୁ ପୁରୁଷ ବନ୍ଧୁ ତାଙ୍କ ବାପାଙ୍କ ମୋବାଇଲକୁ ପଠାଇଥିବା ଗ୍ରାମାଞ୍ଚଳ ଥାନା ଆଇଆଇସି ସୂଚନା ଦେଇଛନ୍ତି । ସେହିପରି ପୁଲିସ ହେପାଜତରେ ଥିବା ପୁରୁଷବନ୍ଧୁ ପ୍ରମୋଦ ବେହେରାଙ୍କ ମୋବାଇଲ ଫୋନ୍କୁ ମଧ୍ୟ ଜବତ କରାଯାଇଛି । ଏହି ଫୋନ୍ରେ ମଧ୍ୟ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡ଼ିଓ ରହିଥିବା କୁହାଯାଉଛି । ତାଙ୍କ ହ୍ବାଟ୍ସଆପ୍ ଚାଟିଂ ଓ ଭିଡିଓ କଲ୍ ରେକର୍ଡ ମଧ୍ୟ ପୁଲିସ ପାଇଛି । ଗତକାଲି ପୁଲିସ ମୃତ ଛାତ୍ରୀଙ୍କ ପଡୋଶୀ ଓ ତାଙ୍କ ସମ୍ପର୍କୀୟଙ୍କ ଘର ଗ୍ରୀଲ୍ରେ ଲାଗିଥିବା ସିସିଟିଭି ଫୁଟେଜ୍ ଅନୁଧ୍ୟାନ କରିଥିଲା । ନିଜେ ଏସ୍ପି କ୍ରାଇମ୍ସ୍ପଟ୍କୁ ଯାଇ ତଦନ୍ତ କରିଥିଲେ । ଅଗଷ୍ଟ ୫ ଓ ୬ ତାରିଖ ମଧ୍ୟରେ ଘର ଆଖପାଖରେ କ’ଣ ସବୁ ଘଟିଥିଲା, ତାହା ଜାଣିବାକୁ ଚାହୁଁଛି ପୁଲିସ ।