ଅସ୍ତରଙ୍ଗବାସୀଙ୍କୁ ଦିଆଯାଉଛି ପଙ୍କୁଆ ପାଣି : ପିଇବା ପାଣି ନପାଇ ହନ୍ତସନ୍ତ ଅଞ୍ଚଳବାସୀ
କାକଟପୁର: ଅସ୍ତରଙ୍ଗ ଅଞ୍ଚଳରେ ଦୀର୍ଦ୍ଧଦିନ ହେବ ପିିଇବା ପାଣି ସମସ୍ୟା ଲାଗି ରହିଛି । ଏହାକୁ କିଛି ମାତ୍ରାରେ ଲାଘବ କରିଛି କାକଟପୁରରୁ ପାଇପ ଯୋଗେ ଯୋଗାଇ ଦିଆଯାଉଥିବା ପାଣି ଯାହା ଉପରେ ନିର୍ଭର ଅଞ୍ଚଳ ବାସି ଏତେ ମାତ୍ରାରେ ନିର୍ଭର କରିଥାନ୍ତି ଯେ ଦିନେ ପାଣି ନ ଆସିଲେ ରୋଷେଇ, ପିଇବା ପାଇଁ ପାଣି ନ ପାଇ ହନ୍ତସନ୍ତ ହୋଇ ପଡନ୍ତି କିନ୍ତୁ ବିଭାଗର ଖାମଖିଆଲି ନିତି ଯୋଗୁଁ କେତେବେଳେ ଦୁଇ ତିନି ଦିନ ପାଣି ଆସିବ ବନ୍ଦ ତ କେତେବେଳେ ଅନ୍ୟ କଣ ଅସୁବିଧା ଦେଖାଇ ପାଣି ବନ୍ଦ କରିଥାନ୍ତି । କିନ୍ତୁ ଗତ ଦୁଇ ଦିନ ହେଲାଣି ସପ୍ଲାଇ ରେ ଏପରି ବିଷାକ୍ତ, କଳା, ପଙ୍କୁଆ ପାଣି ଆସୁଚି ଯାହା କୁ ପିଇବା ରୋଷେଇ କରିବାତ ଦୂରର କଥା ଶୌଚରେ ବ୍ୟବହାର କରିହେଉନି ଯାହାକୁ ବିଭାଗ ଜାଣି ମଧ୍ୟ ଆଖି ବୁଝି ଦେଇଛି । ଅଞ୍ଚଳରେ ପାଣି ସମସ୍ୟା ଥିବା ବିଭାଗ ଜାଣିମଧ୍ୟ କିପରି ଏଭଳି ଦାୟିତ୍ୱ ହୀନ କାର୍ଯ୍ୟ କରୁଚି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଚି । କଣ ପାଇଁ ଏପରି ବିଷାକ୍ତ ପାଣି ଯୋଗେଇ ଦିଆ ଯାଉଚି ସେ ବିଷୟରେ ଜାଣିବା ପାଇଁ ବିଭାଗୀୟ ଅଧିକାରୀ ସତ୍ୟଜିତ ମହାନ୍ତି ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ ଉଠେଇ ନଥିଲେ । ତେଣୁ ଜିଲ୍ଲା ପ୍ରଶାସନ, ଜନ ପ୍ରତିନିଧି, ବିଭାଗୀୟ ମନ୍ତ୍ରୀ ଏହି ସମସ୍ୟା ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେଇ ଅଞ୍ଚଳ ବାସୀଙ୍କୁ ନିର୍ମଳ ସ୍ୱଚ୍ଚ ପିଇବା ପାଣି ଯୋଗାଇ ଦେବା ପାଇଁ ଅଞ୍ଚଳ ବାସୀ ଦାବି କରିବା ସହିତ ଲୋକଙ୍କ ସମସ୍ୟାକୁ ଅଣଦେଖା କରୁଥିବା ସମ୍ପୃକ୍ତ ଅଧିକାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।