ଆକ୍ରମଣ ଅଭିଯୋଗରେ ଜଣେ କୋର୍ଟ ଚାଲାଣ

 ଜଟଣୀ : ସମ୍ପତ୍ତି ଲୋଭରେ ନିଜର ସ୍ତ୍ରୀ ଓ ଦୁଇ ନାବାଳକ ପୁଅକୁ ମରଣାନ୍ତକ ଆକ୍ରମଣ  । ସୂଚନା ମୁତାବକ ଅଭିଯୁକ୍ତ ଅମୂଲ୍ୟ କୁମାର ସାହୁ ଦିଲ୍ଲୀରେ ରହି ଇଲେକ୍ଟି୍ର ମେକାନିକ ଭାବେ କାର୍ଯ୍ୟ କରନ୍ତି  । ସେ ୨୦୦୮ ମସିହାରେ ଅନୁରାଧା ସାହୁଙ୍କୁ ବିବାହ କରିଥିଲେ  । ବିବାହ ପରେ ପନôୀ ଅନୁରାଧା ସାହୁ ନିଜେ ଦୁଇ ପୁତ୍ର ସନ୍ତାନ ମାନଙ୍କୁ ଧରି ୨୦୨୦ ମସିହାରୁ ରେତଙ୍ଗ କଲୋନୀ ଅଞ୍ଚଳରେ ଭଡା ସୂତ୍ରରେ ରହି ଆସୁଥିଲେ  । ଅଭିଯୁକ୍ତ ଜଣକ ଗତ ଜାନୁୟାରୀ ମାସ ୨୩ ତାରିଖରୁ ନିଜ ଘରକୁ ଫେରି ଆସି ପରିବାର ସହ ରହୁଥିଲେ  । ତାଙ୍କର ପୂର୍ବରୁ ଥିବା ଭୁବନେଶ୍ୱର ସ୍ଥିତ ବାଳକାଟୀ ଅଞ୍ଚଳରେ ଦୁଇଟି ପ୍ଲଟରୁ ଗୋଟିଏ ପ୍ଲଟ ବିକ୍ରିକରି ସେହି ଟଙ୍କାରେ ବ୍ୟବସାୟ କରିବାକୁ ମସୁଧା କରି ଥିଲେ  । ଉକ୍ତ ପ୍ଲଟଟି ପନôୀଙ୍କ ନାମରେ ଥିବାରୁ ପନôୀ ପ୍ଲଟ ବିକ୍ରି ଲାଗି ଅନିଛୁକ ପ୍ରକାଶ କରିଥିଲେ  । ଫଳରେ ଉଭୟଙ୍କ ମଧ୍ୟରେ ଶନିବାର ଦିନ ଉକ୍ତ ଘଟଣାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା  । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ନିଜ ପନôୀ ଓ ଦୁଇ ପୁଅକୁ ଟାୱା ଓ ହାତୁଡି ସାହାଯ୍ୟରେ ଆକ୍ରମଣ କରିଥିଲେ  । ଯାହାଫଳରେ ତିନିଜଣ ଯାକ ଗୁରୁତର ହୋଇ ପ୍ରଥମେ ଷଣ୍ଢପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ  । ଏହି ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଅଭିଯୋଗକୁ ଗିରଫ କରି ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି  ।