ସାମ୍ବାଦିକ ଗୋଷ୍ଠୀକେନ୍ଦ୍ର ପାଇଁ ଭୂମିପୂଜା
ଜଟଣୀ : ଜଟଣୀ ବ୍ଲକ୍ ଅନ୍ତର୍ଗତ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ନିମନ୍ତେ ସବରେଜିଷ୍ଟ୍ରର କାର୍ଯ୍ୟାଳୟ ପଛ ପଟେ ଥିବା ସରକାରି ଜମିରେ ଏକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ମଙ୍ଗଳବାର ଅପରାହ୍ନରେ ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଙ୍କ କରକମଳରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଖୋର୍ଦ୍ଧାଜିଲ୍ଲା ବିଜେପି ସଭାପତି ବିଶ୍ୱରଞ୍ଜନ ବଡଜେନା, ସାଂସଦଙ୍କ ପ୍ରତିନିଧି ସତିଶ ଶର୍ମାଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।ଏଥିରେ ଜଟଣୀର ପ୍ରାୟ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।