୬ ଅପରାଧି କୋର୍ଟ ଚାଲାଣ
ବ୍ୟାସନଗର: ଗୁରୁବାର ରାତିରେ ଯାଜପୁର ରୋଡ଼ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ସୋବରା ନିକଟରୁ ଅପରାଧ ଘଟାଇବାକୁ ଯୋଜନା କରୁଥିବା ୬ଜଣ ଦୁର୍ବୃତଙ୍କୁ କାବୁ କରିଥିଲା । ସେମାନଙ୍କ ଠାରୁ କତା, ରଡ଼, ଦଉଡ଼ି ପ୍ରଭୂତି ଜବଦ କରିବା ପରେ ପୁଲିସ ସେମାନଙ୍କୁ ଥାନାକୁ ଉଠାଇ ଆଣିଥିଲା । ଥାନାରେ ପଚରା ଉଚରା ପରେ ସେମାନେ ଅପରାଧିକ କାଣ୍ଡ ଘଟାଇବାକୁ ଯୋଜନା କରୁଥିବା ସ୍ୱିକାର କରିଥିଲେ । ଫଳରେ ପୁଲିସ ମାମଲା ରୁଜୁ କରି ରାଜସ୍ଥାନ ଯୋଧପୁରର ସୁନିଲ କୁମାର ବିସ୍ନୋଇ, ଉତ୍ତର ପ୍ରଦେଶ ଗୋରଖପୁରର ଚନ୍ଦ୍ରମୋହନ ଶର୍ମା, ମନିଶ କୁମାର ଶର୍ମା, ବଦ୍ରିନାଥ ଉପାଧ୍ୟୟ, ସନ୍ଦୀପ କୁମାର ବିନ୍ଦ ଓ ବିହାର ଗୋପାଲଗଞ୍ଜର ସନ୍ଦିପ ସିଂ ବୋଲି ପୁଲିସ ପକ୍ଷରୁ କୁହାଇଥିବା ବେଳେ ଥାନା ମାମଲା ନଂ ୩୨୧/୨୫ରେ କୋର୍ଟ ଚାଲାଣ କରାଯାଇଛି ।