ନିଖୋଜ ସିଲୁର ଗଳିତ ଶବ ଉଦ୍ଧାର
।ା ପ୍ରଭାନୁ୍ୟଜ ।ା ଯାଜପୁର-ଦାନଗଦୀ- ଯଖପୁରା : ଶୁକ୍ରବାର ଅଧରାତିରେ ଉଦ୍ଧାର ହେଲା ନୀଳାଚଳ କାରଖାନାର ଠିକାଶ୍ରମିକ ସିଲୁର ଗଳିତ ଶବ । ଟାଟା ପରିଚାଳିତ ନୀଳାଚଳ କାରଖାନାର ବ୍ୟାଚିଂ ପ୍ଲାଣ୍ଟ ସାଇଟ୍ରେ ସିଲୁର ପୋତା ଶବକୁ ଉଦ୍ଧାର କରିଥିଲା କଳିଙ୍ଗନଗର ପୁଲିସର ଉଦ୍ଧାରକାରୀ ଦଳ । ଢେଙ୍କାନାଳ ଜିଲା ଗନ୍ଦିଆ ଥାନା ଅନ୍ତର୍ଗତ ବ୍ରାହ୍ମଣବାଟି ଗ୍ରାମର ଅକ୍ଷୟ ପ୍ରଧାନଙ୍କ ପୁଅ ଶିଲୁ (୨୨)ର ଶବ ଉଦ୍ଧାର ବେଳେ ତା ଗୋଡ଼ରେ ଲାଗିଥିଲା ମୋଟା ରଶି । ପେଟର ଅନ୍ତବୁଜୁଳା ବାହାରିଯାଇଥିଲା । ଉପସ୍ଥିତ ପୁଲିସ, ମାଜିଷ୍ଟେଟ, ସାଇଣ୍ଟିଫିକ ଦଳ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ସିଲୁର ଶବ ପ୍ରାୟ ୭ଫୁଟ ତଳୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ସମୟର ଭିଡ଼ିଓ ଉତ୍ତୋଳନ କରାଯାଇଥିଲେ ହେଁ ଘଟଣା ସ୍ଥଳକୁ କିନ୍ତୁ ସାମ୍ବାଦିକଙ୍କୁ ଛଡ଼ାଯାଇନଥିଲା । ସିଲୁକୁ ମାରି ହତ୍ୟା କରାଯାଇଥିଲା ନାଁ ଜିଅନ୍ତା ପୋତିଦିଆଯାଇଥିଲା, ତାହା ବିରାଟବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିଏ ପ୍ରେମ ଜନୀତ ତ କିଏ ତେଲ ଚୋରିକୁ ନେଇ ସିଲୁକୁ ହତ୍ୟା କରାଯାଇଥିବା କଥା କହୁଥିବା ବେଳେ ଉଦ୍ଧାର ବେଳେ ଗୋଡ଼ରେ ରଶିବନ୍ଧା ରହିଥିବାରୁ ହତ୍ୟାକାରୀ ଜିଅନ୍ତା ପୋତିଦିଆଯାଇଥିବାର ସନେ୍ଦହ ସୃଷ୍ଟି କରିିଛି । ଯଦିଓ ପୁଲିସ ଏଦିଗରେ କିଛି ପ୍ରକାଶ କରିନି, କିନ୍ତୁ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ନୀଳାଚଳ କାରଖାନାର ଭେଣ୍ଡର ପାର୍ଟନର ସତ୍ୟମ ଏଣ୍ଟରପ୍ରାଇଜେସର ସୁପରଭାଇଜÿର ଢେଙ୍କାନାଳ ଜିଲା ଗନ୍ଦିଆ ଥାନା ଯୋରନ୍ଦା ଗାଁର ପୁରୁଷୋତମ ମହାନ୍ତିଙ୍କ ପୁଅ ତାରିଣୀ ପ୍ରସାଦ ମହାନ୍ତି (୪୨),ଏକାଉଣ୍ଟ ଅଫିସର କେନ୍ଦୁଝର ଜିଲା ଦୈତାରୀ ଥାନା କଇଥା ଟିକିରି ଗାଁର ରବୀନ୍ଦ୍ର ପାତ୍ରଙ୍କ ପୁଅ ଆଲୋକ ପାତ୍ର (୨୪), ଜେସିଭି ଡ୍ରାଇଭର ଯାଜପୁର ଜିଲା ସୁକିନ୍ଦା ଥାନା ସଂସାଲୋ ଗାଁର ଖଗେଶ୍ୱର ମହାନ୍ତଙ୍କ ପୁଅ ଜଗଦୀଶ ମହାନ୍ତ (୩୦) ଓ ମିଲର ଡ୍ରାଇଭର କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ସୁନାପେଣ୍ଠ ଗାଁର କୈଳାଶ ମହାନ୍ତଙ୍କ ପୁଅ ପଦ୍ମଲୋଚନ ମହାନ୍ତ (୩୫)ଙ୍କୁ ଥାନା ମାମଲା ନଂ ୨୮୬/୨୪ରେ ଗିରଫ କରି କୋର୍ଟ ଚାଲାଣ କରିଛି କଳିଙ୍ଗନଗର ପୁଲିସ । ତେବେ ପ୍ରଶ୍ନ ଉଠୁଛି ନୀଳାଚଳର ଗୋଟିଏ ସାଇଟ୍ରେ ଜଣେ ଠିକାଶ୍ରମିକକୁ ମାରି ପୋତି ଦିଆଯିବା ଘଟଣା ଗତ ୩୦ତାରିଖରୁ ଘଟିଥିଲେ ହେଁ କର୍ତୁପକ୍ଷ କିଭଳି ଏହାର ଟେର ପାଇପାରିଲେନି । ଟାଟା କର୍ତୁପକ୍ଷ ଶ୍ରମିକଙ୍କ ନିରାପତ୍ତାକୁ ଗୁୁରୁତ୍ୱ ଦେଇଥାଏ ବୋଲି କହି ଆସୁଛି । ହେଲେ ନୀଳାଚଳରେ ଏହାର ଓଲଟା ଦେଖାଯାଇଛି । ମୁଣ୍ଡରୁ ସାମାନ୍ୟ ସୁରକ୍ଷା ଟୋପି ଖସିଗଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା କର୍ତୁପକ୍ଷଙ୍କ ନାକ ତଳେ ଜଣେ ଶ୍ରମିକକୁ ମାରି ପୋତି ଦିଆଯିବା ଘଟଣା ନିରାପତ୍ତା ବ୍ୟବସ୍ଥା ସନେ୍ଦହ ଘେରକୁ ଟାଣି ହୋଇଯାଇଛି । ତେବେ ସିଲୁ ପରିବାର ଏବଂ ଗାଁ ଲୋକେ ଯଦି ଦୁଇଦିନ ଧରି କାରଖାନା ଫାଟକ ଆଗରେ ଧାରଣାରେ ବସିନଥାନ୍ତେ ତେବେ ବ୍ୟାଚିଂ ପ୍ଲାଣ୍ଟ ସାଇଟରେ ଘଟିଥିବା ଶ୍ରମିକର ଜଘନ୍ୟ ହତ୍ୟାଘଟଣା ସବୁଦିନ ପାଇଁ ମାଟିତଳେପୋତି ହୋଇରହି ଯାଇଥାନ୍ତା । ପରିବାର ଏବଂ ଗାଁ ଲୋକଙ୍କ ଅହୋରାତ୍ର ଧାରଣା ହତ୍ୟାକାଣ୍ଡ ଉପରୁ ପରଦା ହଟାଇବାକୁ ସମର୍ଥ ହୋଇଥିବା ବେଳେ ମୃତ ପରିବାରକୁ କ୍ଷତିପୂରଣ ଆକାରରେ ୧୫ଲକ୍ଷ, ସୁଦ୍ଧିକ୍ରିୟା ପାଇଁ ୫୦ ହଜାର, ସିଲୁ ବାପାଙ୍କୁ ପେନସନ ଏବଂ ଜଣକୁ ନିଯୁକ୍ତି ଦେବାର ଲିଖିତ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି । ଅତଏବ ଜଣେ ଯୁବକର ମୁଣ୍ଡକୁ ସତ୍ୟମ ଇଣ୍ଟରପ୍ରାଇଜର୍ସ ୧୫ଲକ୍ଷ୍ୟରେ ଭରଣା କରିଛି । ଯଦିଓ ମାମଲା କ୍ରମେ ହତ୍ୟାରେ ଯିଏବି ସଂପୃକ୍ତ ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ହେଲେ ସିଲୁକୁ ମାରି ପୋତି ଦିଆଯିବା ଏବଂ ଘଟଣାକୁ ଚାପି ଦେବାକୁ ଚେଷ୍ଟା କରାଯାଇଥିଲା, ତେଣୁ ସମସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଘଟଣାର ସିବିଆଇ ତଦନ୍ତ ଦାବି ଶ୍ରମିକ ନେତାଙ୍କ ପକ୍ଷରୁ କରାଯାଇଛି । ତେବେ ସିଲୁକୁ ପୋତି ଦିଆଯାଇଥିବା ଖବର ପଦାକୁ ଆସିଲା କିପରି ଏହା ପାଠକଙ୍କୁ ଆଶ୍ଚର୍ଯ୍ୟ କରୁଥିବ । କିନ୍ତୁ ଆମକୁ ବିଶ୍ୱସ୍ଥ ସୂତ୍ରରୁ ମିଳିଥିବା ଖବର ମତେ ସିଲୁ ୩୦ତାରିଖରେ କାରଖାନା ଭିତରକୁ ଯାଇଥିଲେ ହେଁ ସେ ପଦାକୁ ବାହାରିଥିବାର କୈାଣସି ପ୍ରମାଣ କାରଖାନା କର୍ତୁପକ୍ଷଙ୍କ ନିକଟରେ ନଥିଲା । ପୁଲିସ ଦିଇଦିନ ଧରି ଚାଲିଥିବା ଧାରଣା ଏବଂ ପରିବାର ଲୋକଙ୍କ ହତ୍ୟା ଆରୋପ ପୁଲିସକୁ ଖୋଳତାଡ଼ କରିବାକୁ ବାଧ୍ୟ କରିଥିଲା । କଳିଙ୍ଗନଗର ପୁଲିସ ସନେ୍ଦହରେ ବ୍ୟାଚିଂ ପ୍ଲାଣ୍ଟର ଜଣେ ଡ଼୍ରାଇଭରକୁ ଥାନାକୁ ଧରି ନେଇ ପଚରା ଉଚରା ପରେ ସିଲୁକୁ ପୋତି ଦିଆଯାଇଥିବାର ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଖବର ପାଇପାରିଥିଲା । ଡ଼୍ରାଇଭର ସିଲୁକୁ ବ୍ୟାଚିଂ ପ୍ଲାଣ୍ଟ ସାଇଟରେ ପୋତିଦିଆଯାଇଥିବା ଏବଂ ତା ଉପରେ ଚିପ୍ସ ଗୁଣ୍ଡ ଗୁଢ କରିଦିଆଯାଇଥିବା କଥା ସ୍ୱିକାର କରିବା ପରେ ପୁଲିସ ପରିବାର ଲୋକଙ୍କୁ ଏକଥା କହିବା ସହ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରଥିଲେ । ଘଟଣା ସଂପର୍କରେ ଏସପି ଖବର ପାଇବା ପରେ ନୀଳାଚଳ କାରଖାନାରେ ପହଁଚିଥିଲେ । ଏହାସହ ମାଜିଷ୍ଟେଟ, ସାଇଣ୍ଟିଫିକ ଦଳ ପହଁଚିବା ପରେ ଅଧରାତିରେ ଚିହ୍ନଟ ସ୍ଥାନକୁ ଖୋଳାଯାଇଥିଲା । ରାତି ପ୍ରାୟ ୨ଟା ସମୟରେ ୭ଫୁଟ ତଳୁ ସିଲୁର ଗଳିତ ଶବକୁ ପୁଲିସ ଉଦ୍ଧାର କରିଥିଲା । ସିଲୁକୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯିବା ପରେ ଘଟଣାକୁ ଚାପି ଦେବା ପାଇଁ ମାଟିଖୋଳି ପୋତି ଦିଆଯାଇଥିବା ଏବଂ ଏଥିରେ ବ୍ୟାଚିଂ ପ୍ଲାଣ୍ଟରେ କାର୍ଯ୍ୟରତଙ୍କ ହାତଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଘଟଣା ସ୍ଥଳରେ ଉପସ୍ଥିତ ପୁଲିସ ସଂପୃକ୍ତ ବ୍ୟାଚିଂ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ଉପରୋକ୍ତ ଅଭିଯୁକ୍ତଙ୍କୁ ଉଠାଇ ନେଇଥିଲା । ସେମାନଙ୍କୁ ଦିନ ତମାମ ପଚରା ଉଚୁରା ପରେ ଆଜି ରାତିରେ ଦଫା ୧୦୩(୨), ୨୩୮(୬),୩(୫),ଏନଏସରେ କୋର୍ଟ ଚାଲାଣ କରିଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଗାଁରେ ସିଲୁର ଶବ ସକôାର ଏକ ଶୋକାକୂଳ ପରିବେଶରେ ହୋଇଥିଲା । ତେବେ ପ୍ରଶ୍ନ ଉଠୁଛି, ନୀଳାଚଳ କର୍ତୁପକ୍ଷ ଏସବୁ ଘଟଣାକୁ ଜାଣିପାରିଲେନି କେମିତି? କାରଖାନା ପରିସରକୁ କଡ଼ାକଡ଼ି ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିବା ଏବଂ ବିଭିନ୍ନ ସ୍ଥାନରେ ସିସିଟିଭି ଉପଲବ୍ଧ ଥିବା ବେଳେ କାରଖାନା କର୍ତୁପକ୍ଷଙ୍କ ନଜରକୁ ଏହା ଆସିଲାନି କେମିତି?ା ଏଣୁ ନୀଳାଚଳର ନିରାପତ୍ତା ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।