ଫ୍ଲଡ ଫାଇଟର୍ ଆଳରେ ହେବନି ତ ସରକାରୀ ଅର୍ଥ ଚଳୁ?

ବିଞ୍ଝାରପୁର: ଖରସ୍ରୋତାରେ ଆସିଥିବା ବନ୍ୟାଜଳ କମିଗଲାଣି । ନଦୀରେ ବନ୍ୟା ଆସିବାର କୌଣସି ପୂର୍ବସୂଚନା ବି ନାହିଁ । ବିଞ୍ଝାରପୁର ବ୍ଳକ୍ ଅଂଚଳରେ ଖରସ୍ରୋତାରେ ଅଚାନକ ପାଣି ଆସେ ଗୋଟିଏ ଦିନରେ ଛାଡିଯାଏ । ନଦୀ ବନ୍ଧ ଗୁଡିକ ଜଳସମ୍ପଦ ବିଭାଗ ଓ ପୂର୍ତ ବିଭାଗ ଦ୍ୱାରା ଉଚ୍ଚା ଓ ଓସାର ରହିଥିବାରୁ ବିଞ୍ଝାରପୁରକୁ ବନ୍ୟାର ଆଶଙ୍କା ବିଲକୁଲ ନାହିଁ ବୋଲି କହିଲେ କିଛି ଭୂଲ ହେବନି । ତଳିଆ ଅଞ୍ଚଳ କହିବାକୁ ଗଲେ ଜରୀ, ହଲଦୀଢିଅ, ବାଙ୍ଗରା ଅଂଚଳରେ ଥିବା ଖରସ୍ରୋତାର ଶାଖା କାଣି ନଦୀରେ ପାଣି ବଢିବାରୁ କିଛି ପରିବାର ଜଳ ବନ୍ଦୀରେ ରହିଥାଆନ୍ତି । ନଦୀରେ ବନ୍ୟା ପାଣି ଆସିବାର ଠିକ୍ ଏହି ମୌକାକୁ ଚାହିଁ ଥାଆନ୍ତି କିଛି ଠିକାଦାର, ରାଜନେତା ଆଉ ବିଭାଗୀୟ ଯନ୍ତ୍ରୀ । ଯାହାକି କେଇ ମୁଠା ବାଲି ବସ୍ତାରେ ପୁରାଇ ବନ୍ଧ ପକାଇ ସରକାରୀ ଦରରେ ବସ୍ତା ଗୋଟି ହିସାବରେ ପଇସା ନେବା ସହ ବାଉଁଶ ଓ କାଠ ବଲ୍ଲା ପୋତି ଲକ୍ଷାଧିକ ଅର୍ଥ ଆତ୍ମସାତ କରିଥାଆନ୍ତି ଫ୍ଲାଡ ଫାଇଟର ନାମରେ । କିନ୍ତୁ ବନ୍ୟାର ଚିହ୍ନ ବର୍ଣ୍ଣ ନଥିବା ବେଳେ ଏଠି ବନ୍ୟା ପାଇଁ ନଦୀ ବନ୍ଧରେ ବାଲି ବସ୍ତା ପକାଯାଇ ମୁକାବିଲା ହେଉଥିବା ଦେଖିବାକୁ ମିଳିଛି । ଏସମ୍ପର୍କରେ ଜଳସମ୍ପଦ ବିଭାଗର ଯନ୍ତ୍ରୀଙ୍କୁ ପଚାରିଲା ବେଳେ ସେ ଜାଣି ନଥିବା କହୁଥିବା ବେଳେ କାହା ଅନୁମତିରେ ଏହି କାର୍ଯ୍ୟ ଚାଲିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଫ୍ଲଡ ଫାଇଟର୍ ଆଳରେ ସରକାରୀ ଅର୍ଥ ଚଳୁ ହେବନି ତ? ଏହ ସମୟ କହିବ