ଦ୍ୱିତୀୟ ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ସେମିରେ ଏସ୍ଏସ୍ ସାନ୍ ଇଲେଭେନ
ଶାଗୁଆ ଖେଳ ପଡ଼ିଆରେ ନାଗପୁର କ୍ରିକେଟ୍ କ୍ଲବ୍ର ଦିତୀୟ ବର୍ଷିକ ଅଲ୍ ଓଡ଼ିଶା ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ୩ୟ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସରେ ସମ୍ମାନିତ ଅତିଥିଭାବେ ବାଲିଅନ୍ତା ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର, ପ୍ରତାପଶାସନ ଗ୍ରାମପଞ୍ଚାୟତ ସମିତି ସଭ୍ୟ ଗଙ୍ଗାଧର ମାହାରୀ ଯୋଗଦେଇ ଖେଳାଳିମାନଙ୍କୁ ଉସôାହିତ କରିଥିଲେ । ପରେ ୨ଟି ଲିଗ ମ୍ୟାଚ୍ ଓ ଗୋଟେ କ୍ୱାଟର ଫାଇନାଲ ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମ୍ୟାଚ୍ଟି ସ୍ମାଇଲି ଇଲେଭେନ୍ କଟକ ବନାମ ମାର୍କସ ଇଲେଭେନ୍ ମଧ୍ୟରେ ୫ମ ଲିଗ୍ ମ୍ୟାଚ୍ ଖେଳା ଯାଇଥିଲା । ସ୍ମାଇଲି ଇଲେଭେନ୍ ଟସ୍ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ୧୦ ଓଭରରେ ୭ ୱିକେଟ୍ ହରାଇ ୧୧୭ ରନ୍ କରିଥିଲା । ପରେ ଏହାର ଜବାବରେ ମାର୍କସ ଇଲେଭେନ୍ ୧୦ଟି ୱିକେଟ୍ ହରାଇ ୧୦ ଓଭରରେ ୫୪ରନ କରି ପରାଜିତ ହୋଇଥିଲେ । ବିଜୟୀ ଦଳର ଦେବରାଜ ୨ ଓଭରରେ ୨ରନ୍ ଦେବାସହ ୨ଟି ୱିକେଟ ନେଇଥିବାରୁ ତାଙ୍କୁ ସମିତି ସଭ୍ୟ ଗଙ୍ଗାଧର ମାହାରୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରିଥିଲେ । ସେହିଭଳି ଷଷ୍ଠ ଲିଗ୍ ମ୍ୟାଚ୍ରେ ବିଏଲ୍ବି ନାଗପୁର ବନାମ ଏସ୍ଏସ୍ ସାନ୍ ଇଲେଭେନ୍ ମଧ୍ୟରେ ମ୍ୟାଚ୍ ଖେଳା ଯାଇଥିଲା । ବିଏଲ୍ବି ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୭ ୱିକେଟ୍ ହରାଇ ୧୦୧ ରନ୍ କରିଥିଲେ । ପରେ ଏସ୍ଏସ୍ ସାନ ଇଲେଭେନ୍ ବିଜୟ ହାସଲ ପିଛା କରି ଦଳ ୯ ଓଭରରେ ୨ଟା ବୋଲ୍ ଖେଳି ୭ୱକେଟ୍ ହରାଇ ୧୦୪ ରନ୍ କରି ବୀଜୟି ହୋଇଥିଲେ । ବିଜୟୀ ଦଳର ବିଶ୍ୱରଞ୍ଜନ ୨ ଓଭର ବୋଲିଂ କରି ୧୪ରନ୍ ଦେଇ ୨ ୱେକେଟ ନେଇଥିବାରୁ ତାଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରାଯାଇଥିଲା । ଶେଷରେ ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ୍ ଏସ୍ଏସ୍ ସାନ ଇଲେଭେନ ଟିମ୍ ସହ ସ୍ମାଇଲି ଇଲେଭେନ୍ ଟମ୍ ମଧ୍ୟରେ ମ୍ୟାଚ୍ ଖେଳା ଯାଇଥିଲା । ଏସ୍ଏସ୍ ସାନ୍ ଇଲେଭେନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ସଂପୂର୍ଣ୍ଣ ୧୦ ଓଭର ମ୍ୟାଚ୍ ଖେଳି ୧୧୩ କରି ଅତିରିକ୍ତ ୩ୱିକେଟ୍ ହରାଇଥିଲା । ଦଳ ପକ୍ଷରୁ ବିଶ୍ୱରଞ୍ଜନ ଲଢୁଆ ବ୍ୟାଟିଂ ବଳରେ ୧୪ ବୋଲ୍ରେ ୪୮ରନ୍ କରିଥିଲେ । ଜିତିବା ଆଶାରେ ସ୍ମାଇଲ୍ ଇଲେଭେନ୍ ଟିମ୍ର ଖେଳାଳୀମାନେ ଜମାରୁ ୪୭ କରିବାରେ ସକ୍ଷମ ହୋଇଥିଲେ । ଏଥିସହ ଏସ୍ଏସ୍ ସାନ ଇଲେଭେନ ୬୬ରନ୍ରେ ଏହି ମ୍ୟାଚ୍ ଜିତି ସେମି ଫାଇନାଲରେ ପ୍ରବେଶ କରିଥିଲା । ବିଶ୍ୱରଞ୍ଜନଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରାଯାଇଥିଲା ।