ମାର୍ଥା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ବାଜି ମାରିନେଲା ‘ଗୁରୁଜଙ୍ଗ’

 ଭୁବନେଶ୍ୱର : ଲିଙ୍ଗରାଜ କ୍ରିକେଟ୍ ଏକାଡୋମୀ ଏବଂ ନବଜ୍ୟୋତି ଯୁବ ପରିଷଦ ମିଳିତ ଆନୁକୂଲ୍ୟରେ ଚାଲିଥିବା ମାର୍ଥା କପ୍ ଉଦ୍ୟାପିତ ହୋଇଛି । ଗୁରୁଜଙ୍ଗ ଟିମ୍ ଚାମ୍ପିଆନ ହୋଇଛି । ଗୁରୁଜଙ୍ଗ ଏବଂ ଅଠରାଙ୍ଗ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଟସ ଜିତି ଗୁରୁଜଙ୍ଗ ନିର୍ଦ୍ଧାରିତ ୧୭ଓଭରରେ ୨୩୩ ରନ କରିଥିଲା 
ଦଳ ପକ୍ଷରୁ ଏମ୍ଏସ୍ ମହାଦୀପ ୨୫ବଲ୍ରେ ୮୫ ରନ୍ କରିଥିଲେ । ଅଠରାଙ୍ଗ ଦଳ ତରଫରୁ ସରୋଜ ମଙ୍ଗରାଜ ଏବଂ ସଞ୍ଜୟ ଚମ୍ପତି ୨ଟି ଲେଖାଏଁ ୱକେଟ ନେଇଥିଲେ । ଜବାବରେ ଅଠରାଙ୍ଗ ଦଳ ୧୭୮ରନ କରିଥିଲା । ଅଠରାଙ୍ଗ ଦଳ ତରଫରୁ ପ୍ରବୀଣ ମହାପାତ୍ର ୫୩ ରନ୍ ଏବଂ ଅକ୍ଷୟ ବେହେରା ୩୪ ରନ୍ କରିଥିଲେ । ବିଜୟୀ ଦଳର ଏମ୍ଏସ୍ ମହାଦୀପଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଗୁରୁଜଙ୍ଗ ଦଳର ବେଷ୍ଟ ବୋଲର ବିବେଚିତ ହେଲେ ଅସିତ ପରିଡ଼ା ଏବଂ ବେଷ୍ଟ ବ୍ୟାଟ୍ସ ମ୍ୟାନ୍ ସୁଜିତ । ମ୍ୟାନ୍ ଅଫ୍ ଦି ସିରଜ ପ୍ରବୀଣ ମହାପାତ୍ର । ବେଷ୍ଟ ୱକେଟ କିପର ଭାବେ ଜୟନ୍ତ କୁମାର ମାର୍ଥା ପୁରସ୍କୃତ ହୋଇଥିଲେ । ପୁରସ୍କାର ବିତରଣ ଉସôବରେ  ମୁଖ୍ୟ ଅତିଥି ଭାବେ ବେଗୁନିଆ ବୋଲଗଡ ବିଧାୟକ ପ୍ରଦୀପ କୁମାର ସାହୁ,  ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ଦଳାଇ, ସ୍ଥାନୀୟ ସମିତି ସଭ୍ୟ ଭରତ ଚରଣ ଛୋଟରାୟ, ଲିଙ୍ଗରାଜ କ୍ରିକେଟ ଏକାଡୋମୀର ସଭାପତି ତଥା ଉକôଳ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡ. ବନ ବିହାରୀ ମହାପାତ୍ର, ଶିକ୍ଷକ ଲଷ୍ମୀଧର ମହାପାତ୍ର, ସମାଜ ସେବୀ ଶ୍ରୀନିବାସ ବାଘସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମାନସ ବେହେରା ଓ ଶ୍ରୀବସ୍ତ ମହାପାତ୍ର ଖେଳକୁ ପରିଚାଳନା କରିଥିଲେ । ଲିଙ୍ଗରାଜ କ୍ରିକେଟ୍ ଏକାଡୋମୀର ସମ୍ପାଦକ ଜୟନ୍ତ କୁମାର ମାର୍ଥା ଧନ୍ୟବାଦ ଦେଇଥିଲେ ।