ମ୍ୟାଚ୍‌ ଜିତି ଟାଇଟଲ ହାତେଇବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ମ୍ୟାଚ୍‌ ଜିତି ଟାଇଟଲ ହାତେଇବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଚାମ୍ପିଅନ୍ସ ଟ୍ରଫିରେ ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ । ମାତ୍ର ୭୫ ରନରେ ୩ ୱିକେଟ ହରାଇ ସଙ୍କଟରେ କିୱି ଟିମ୍‌ । ଦୁବାଇ ପିଚ୍‌ରେ ଦେଖିବାକୁ ମଳିଛି ସ୍ପିନରଙ୍କ ଜାଦୁ । ୫୧ ରନରେ ଓପନର ୱିଲ୍‌ ୟଙ୍ଗକୁ ଆଉଟ କରିଥିଲେ ବରୁଣ ଚକ୍ରବର୍ତ୍ତି । ଏହାପରେ ୬୯ ରନରେ ପଡ଼ିଥିଲା ଦ୍ବିତୀୟ ୱିକେଟ । ରଚିନ ରବୀନ୍ଦ୍ରଙ୍କୁ ଆଉଟ କରିଥିଲେ କୁଲଦୀପ ଯାଦବ । ୭୫ ରନରେ କେନ ୱିଲିୟମସନଙ୍କ ୱିକେଟ ନ୍ୟୁଜିଲାଣ୍ଡ ଟିମର ମେରୁଦଣ୍ଡ ଭାଙ୍ଗି ଦେଇଛି । ଟସ୍‌ ଜିତି ପ୍ରଥମେ ବ୍ୟଟିଂ ପାଇଁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ ଟିମ୍‌ କିନ୍ତୁ ଏହା ଦଳ ପାଇଁ ବୁମେରାଂ ହେବା ଭଳି ମନେ ହେଉଛି । ଲିଗ୍‌ ପର୍ଯ୍ୟାୟରେ ମଧ୍ୟ ଭାରତର ସ୍ପିନରଙ୍କ ଆଗରେ ସରେଣ୍ଡର କରିଯାଇଥିଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ । ଏବେ ପୁଣି ଥରେ ଦୁବାଇ ପିଚରେ ସ୍ପିନରଙ୍କ କମାଲ ଦେଖିବାକୁ ମିଳିଛି । ଆଜି ନ୍ୟୁଜିଲାଣ୍ଡକୁ ହରାଇ ୨୦୧୩ ପରେ ଚାମ୍ପିଅନ୍ସ ଟ୍ରଫିକୁ ନିଜ ନାଁରେ କରିବା ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ ।