ପ୍ରେମ ନିବେଦନକୁ ପ୍ରତ୍ୟାଖାନ କଲେ ଯୁବତୀ, ଯୁବକ କଲେ ଫାୟାରିଂ

ପ୍ରେମ ନିବେଦନକୁ ପ୍ରତ୍ୟାଖାନ କଲେ ଯୁବତୀ, ଯୁବକ  କଲେ ଫାୟାରିଂ

ଯୁବକଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖାନ କଲେ ଯୁବତୀ। ଏଥିରେ ଉତ୍ତ୍ୟକ୍ତ ଯୁବକଜଣକ ବିଚ୍‌ ରାସ୍ତାରେ ଯୁବତୀଙ୍କୁ ଅଟକାଇ ଫାୟାରିଂ କଲେ । ଏପରି ଏକ ସାଂଘାତିକ ଘଟଣା ଉତ୍ତରପ୍ରଦେଶର ଝାନସୀରେ ଘଟିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରୋହିତ ଫେରାର ଥିବା ବେଳେ ତାଙ୍କୁ ପୁଲିସ୍‌ ଖୋଜୁଛି ।

ପୀଡ଼ିତା ଯୁବତୀ ଜଣକ ଝାନସୀ ମହିଳା ଡିଗ୍ରୀ କଲେଜରେ ଯୁକ୍ତ-୩ ଦ୍ୱିତୀୟ ବର୍ଷର ଛାତ୍ରୀ। ଗତକାଲି ସେ ପରୀକ୍ଷା ଦେଇ ଘରକୁ ଫେରୁଥିଲେ। ଉକ୍ତ ସମୟରେ ରୋହିତ ତାଙ୍କୁ ଅଟକାଇ ତାଙ୍କ ସହ କଥା ହେବା ପାଇଁ ବାଧ୍ୟ କରିଥିଲେ। ମାତ୍ର ଯୁବତୀଜଣକ ଏଥିରେ ରାଜି ହୋଇ ନ ଥିଲେ ।

ଏଥିରେ ଉତ୍ତ୍ୟକ୍ତ ହୋଇ ରୋହିତ ନିଜ ସହ ଆଣିଥିବା ବନ୍ଧୁକକୁ ବାହାର କରି ଯୁବତୀଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଏଥିରେ ଯୁବତୀଜଣକ ଭୟଭୀତ ନ ହୋଇ ପିସ୍ତଲ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ରୋହିତ ଯୁବତୀଙ୍କ ଉପରକୁ ବନ୍ଧୁକ ଚାଳନା କରିଥିଲେ।