ବୋର୍ଡ ସଭାପତିଙ୍କ ପାଖେ ପହଞ୍ଚିପାରିଲାନି କ୍ରାଇମବ୍ରାଞ୍ଚ

କେଳେଙ୍କାରୀ ଘଟଣାରେ ବୋର୍ଡ ସଭାପତିଙ୍କୁ ଛୁଇଁପାରୁନି କ୍ରାଇମବ୍ରାଞ୍ଚ । ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟିରେ ବଡ଼ କେଳେଙ୍କାରୀ  ।  ପୂର୍ବରୁ ମାଟ୍ରିକ୍ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ରର ପ୍ରଘଟ ଆସିଥିଲା ।  ଏବେ ଓଟିଇଟି ପରୀକ୍ଷା ପ୍ରଶ୍ନ କେଳେଙ୍କାରୀ ଟପିଗଲା ପୂର୍ବ ରେକର୍ଡ । ୨୦୧୧ରୁ ବାରମ୍ବାର ବିଭ୍ରାଟ ହୋଇଛି ଓଟିଇଟି ପରୀକ୍ଷା । ଅନେକ ଥର ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ହୋଇଛି ।  ଅଭିଯୋଗକୁ ଫୁ କରି ଉଡ଼ାଇ ଦେଉଥିଲେ ବୋର୍ଡ କର୍ତ୍ତୃପକ୍ଷ  , ଏବର୍ଷ ଅକଳରେ ପଡ଼ିଛନ୍ତି ବୋର୍ଡ ଅଧିକାରୀ, ଚାଲିଛି ତନାଘନା  ।  ବୋର୍ଡ କର୍ତ୍ତୃପକ୍ଷଙ୍କ ସତ୍ୟତା ଓ ନିଷ୍ଠାକୁ ନେଇ ସବୁଠି ଚାଲିଛି ଚର୍ଚ୍ଚା ।  ଆସନ୍ତା ୩୧ରେ ହେବ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ।   ସ୍ବଚ୍ଛତା ନେଇ ଏବେ ବି ପରୀକ୍ଷାର୍ଥୀ ସନ୍ଦେହରେ ଅଛନ୍ତି । ବୋର୍ଡ ସଭାପତି ଯିଏ ଥିଲେ, ଏବେ ବି ସିଏ ଅଛନ୍ତି   ।   ଶ୍ରୀକାନ୍ତ ତରାଇ ଏବେ ବୋର୍ଡ ସଭାପତି ଅଛନ୍ତି  ।  ଏଯାଏଁ ଶ୍ରୀକାନ୍ତଙ୍କ ପାଖେ ପହଞ୍ଚିପାରିଲାନି କ୍ରାଇମବ୍ରାଞ୍ଚ ।  କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ତଦନ୍ତକାରୀ ସଂସ୍ଥା ,  କେମିତି ପରୀକ୍ଷାରେ ଆସିବ ସ୍ବଚ୍ଛତା ସେ ନେଇ ଉଠିଲାଣି ପ୍ରଶ୍ନ  ।  ୨୦୧୨ରେ ଶିକ୍ଷା ସଚିବ ଥିଲେ ରାଜେଶ ବର୍ମା  ।  ପ୍ରଥମ କରି ମାଟ୍ରିକ୍ ପରୀକ୍ଷାରେ ନୋଡାଲ ସେଣ୍ଟର ବ୍ୟବସ୍ଥା ହୋଇଥିଲା ।  ପ୍ରଥମ ଭାଷା ପରୀକ୍ଷା ସରିବା ପରେ ପ୍ରଶ୍ନପତ୍ର ଚୋରି ଅଭିଯୋଗ ଆସିଥିଲା ।