ଘାଟି ତଳକୁ ଖସି ପଡ଼ିଲା ସେନା ଟ୍ରକ୍‌; ୪ ଯବାନ ମୃତ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ବାନ୍ଦିପୁର ଜିଲ୍ଲାର ଏସ୍‌କେ ପୟେନ ଅଞ୍ଚଳରେ ଆଜି ସେନାର ଏକ ଟ୍ରକ୍ ଘାଟି ତଳକୁ ଖସି ପଡ଼ିବାରୁ ୪ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ପାହାଡ଼ ଉପରେ ବୁଲାଣି ରାସ୍ତାରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। 

ଆହତ ଯବାନମାନଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସ୍ଥିର ଅଛି। ଘଟଣାସ୍ଥଳରେ ସେନାର ଯବାନ ଓ ପୁଲିସ କର୍ମଚାରୀ ପହଞ୍ଚି ତଦାରଖ କରିଛନ୍ତି। ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ୨୪ ତାରିଖରେ ଜମ୍ମୁ ଓ କଶ୍ମୀରର ପୁଞ୍ଚ ଜିଲ୍ଲାରେ ସେନାର ଏକ ଗାଡ଼ି ପ୍ରାୟ ୩୫୦ ଫୁଟ୍ ଗଭୀର ଖାଇକୁ ଖସି ପଡ଼ିବାରୁ ୫ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଥିଲେ ।