ଇଭିଏମ୍ରୁ ଉଡିଯାଇପାରେ ଡାଟା!
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ମତଦାନ ଚାଲିଛି। ଦିଲ୍ଲୀ ନିର୍ବାଚନରେ ଭୋଟରମାନେ ଇଭିଏମ ଜରିଆରେ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଯେହେତୁ ଇଭିଏମ ଜରିଆରେ ମତଦାନ ହେବ, ତେଣୁ ପ୍ରତି ନିର୍ବାଚନ ଭଳି ଏଥର ମଧ୍ୟ ଅନେକ ଅଭିଯୋଗ ଓ ପ୍ରଶ୍ନ ଉଠିବ। କିନ୍ତୁ ଆଜି ଆମେ ଏକ ପ୍ରଶ୍ନର ଉତ୍ତର ଦେବୁ ଯାହାକୁ ଲୋକମାନେ ବାରମ୍ବାର ପଚାରନ୍ତି । ଇଭିଏମରୁ ହ୍ୟାକ ହୋଇପାରିବ କି ଡାଟା ? ଆସନ୍ତୁ ଜାଣିବା ଏହାର ଜବାବ କ’ଣ।
ଭାରତରେ ନିର୍ବାଚନ ଆୟୋଗ ଲୋକସଭାରୁ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ନିର୍ବାଚନ ପାଇଁ ଇଭିଏମ (ଇଲେକ୍ଟ୍ରୋନିକ ଭୋଟିଂ ମେଶିନ) ବ୍ୟବହାର କରିଥାନ୍ତି। ତେବେ ନିର୍ବାଚନ ପୂର୍ବରୁ ଓ ମତଦାନ ପରେ ଅନେକ ସମୟରେ ଇଭିଏମ ହ୍ୟାକିଂକୁ ନେଇ ପ୍ରଶ୍ନ ଉଠାଇଥାନ୍ତି ବିରୋଧୀ ଦଳ। ବେଳେବେଳେ ଇଭିଏମ ଅଦଳବଦଳକୁ ନେଇ ମଧ୍ୟ ଦାବି ହେଉଛି। କିନ୍ତୁ ପ୍ରଶ୍ନ ଉଠୁଛି, ଇଭିଏମ୍କୁ ସବୁ ଡାଟା ହ୍ୟାକ ହୋଇପାରିବ କି?
ଇଭିଏମ କିପରି କାମ କରେ?
ପ୍ରଥମେ ଆସନ୍ତୁ ଜାଣିବା ଇଭିଏମ କିପରି କାମ କରେ। ଇଭିଏମ ସହ ମତଦାନ ସମୟରେ ଭୋଟରମାନେ ଯାହା ଭୋଟ ଦେବେ ତାହା ସଂରକ୍ଷିତ ରଖାଯାଇଥାଏ। ତା’ପରେ ଭୋଟ ଗଣତି ଦିନ ନିର୍ବାଚନ କମିଶନ ଇଭିଏମ ମେଶିନରୁ ଭୋଟ ଗଣତି କରିଥାନ୍ତି।
ସୂଚନାଯୋଗ୍ୟ, ଇଭିଏମର ଦୁଇଟି ୟୁନିଟ ରହିଛି। ପ୍ରଥମଟି ହେଉଛି କଣ୍ଟ୍ରୋଲ ୟୁନିଟ ଏବଂ ଦ୍ୱିତୀୟଟି ହେଉଛି ବ୍ୟାଲଟିଂ ୟୁନିଟ । ଏହି ଦୁଇଟି ୟୁନିଟକୁ ୫ ମିଟର କେବୁଲ ଦ୍ୱାରା ସଂଯୋଗ କରାଯାଇଛି। କଣ୍ଟ୍ରୋଲ ୟୁନିଟ ପ୍ରିଜାଇଡିଂ ଅଫିସର ଅର୍ଥାତ୍ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ରହିଛି। ଭୋଟିଂ ବଗିରେ ବ୍ୟାଲଟିଂ ୟୁନିଟ ରଖାଯାଇଛି। ଭୋଟରମାନେ ଏହି ସ୍ଥାନକୁ ଭୋଟ ଦେବା ପାଇଁ ଆସନ୍ତି । ମତଦାନ କେନ୍ଦ୍ରରେ ପ୍ରିଜାଇଡିଂ ଅଫିସର ଭୋଟରଙ୍କ ପରିଚୟ ଯାଞ୍ଚ କରିଥାନ୍ତି। ଏହାପରେ ଭୋଟର ଇଭିଏମ ଜରିଆରେ ଭୋଟ ଦେଇଥାନ୍ତି।
ଇଭିଏମରୁ ଡାଟା ଚୋରି ହୋଇପାରିବ କି?
ଏବେ ପ୍ରଶ୍ନ ଉଠୁଛି ନିର୍ବାଚନ ସମୟରେ କିମ୍ବା ପରେ ଇଭିଏମରୁ ତଥ୍ୟ ଚୋରି କରାଯାଇପାରିବ କି ନାହିଁ। ଏହାର ଉତ୍ତର ହେଉଛି ଏହା କଷ୍ଟକର। କାରଣ ଇଭିଏମକୁ ଏପରି ଭାବେ ଡିଜାଇନ କରାଯାଇଛି ଯେ, ଭୋଟିଂ ସହ ଏହାର ଡାଟା ସଙ୍ଗେ ସଙ୍ଗେ ସଂରକ୍ଷିତ ହୋଇଯାଏ। ଏପର୍ଯ୍ୟନ୍ତ କେବେ ବି ଇଭିଏମରୁ ଡାଟା ଟାମ୍ପରିଂ ଖବର ଆସିନାହିଁ।
ବିଶେଷଜ୍ଞଙ୍କ ମତରେ ଇଭିଏମକୁ କମ୍ପ୍ୟୁଟର ଦ୍ୱାରା ନିୟନ୍ତ୍ରଣ କରାଯାଇ ପାରୁ ନ ଥିବାରୁ ଏହା କଷ୍ଟକର। ଏହା ଏକକ ମେଶିନ, ଯାହା ଇଣ୍ଟରନେଟ କିମ୍ବା ଅନ୍ୟ କୌଣସି ନେଟୱାର୍କ ସହିତ ସଂଯୋଜିତ ହୋଇଛି। ତେଣୁ ଏହାକୁ ହ୍ୟାକିଂରୁ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ବିବେଚନା କରାଯାଏ।