ପୋଖରୀରେ ବୁଡ଼ି ଶିଶୁ ମୃତ
ରାଜକନିକା: ରାଜକନିକା ଥାନା ଅନ୍ତର୍ଗତ ନନ୍ଦିମାହାରା ଗାଁରେ ଘଟିଯାଇଛି ଏକ ଦୁଖଃଦ ଘଟଣା । ଆଜି ସକାଳ ୯ଟା ବେଳେ ନନ୍ଦିମାହାରା ଗାଁର ରଞ୍ଜନ ବେହେରାଙ୍କ ୫ ବର୍ଷର ଶିଶୁ ପୁତ୍ର ରୋହନ ବେହେରା ଘର ପାଖରେ ଖେଳୁ ଖେଳୁ ପରିବାର ଲୋକଙ୍କ ଅଗୋଚରରେ ବାଡ଼ି ପୋଖରୀରେ ପଡି ଯାଇଥିଲା । ପରିବାର ଲୋକ ଅନେକ ଖୋଜାଖୋଜି କରିବା ପରେ ରୋହନ କୁ ନପାଇ ବାଡ଼ି ପଟ ପୋଖରୀ ପାଖକୁ ଯାଇ ଦେଖିବା ବେଳକୁ ରୋହନ ପାଣିରେ ଭାସୁଛି, ସ୍ଥାନୀୟ ଲୋକଙ୍କ ସହାୟତରେ ରୋହନଙ୍କୁ ପୋଖରୀରୁ ଉଦ୍ଧାର କରି ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାଜକନିକା ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚି ରୋହନଙ୍କ ମୃତଦେହକୁ ଜବତ କରିବା ସହ ଏକ ଅପମୃତୁ୍ୟ ମାମଲା ୠଜୁକରୀ ବ୍ୟବଛେଦ ପାଇଁ ଆଳି ପଠାଇଥିବା ସୂଚନା ମିଳିଛି ।