ଚୁକ୍ତି କର ନ ହେଲେ ବୋମା ମାଡ଼
ନୂଆଦିଲ୍ଲୀ : ଆଣବିକ ଚୁକ୍ତି ନ କଲେ ବମ୍ବିଂ କରାଯିବ । ଆଉ ଏଭଳି ଭୟଙ୍କର ବୋମା ବର୍ଷା କରାଯିବ ଯେ, ଦେଶବାସୀ ପୂର୍ବରୁ କେବେ ହେଲେ ଏଭଳି ବମ୍ବିଂ ଦେଖି ନ ଥିବେ । ଆଣବିକ ଚୁକ୍ତି ପ୍ରସଙ୍ଗରେ ଏକ ସାକ୍ଷାତକାରରେ ଇରାନ୍କୁ ଏହି ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଏହାସହ ଇରାନ୍କୁ ସେକେଣ୍ଡାରୀ ଶୁଳ୍କ ହ୍ରାସ କରିବାକୁ ମଧ୍ୟ ସେ ଚେତାବନୀ ଦେଇଛନ୍ତି । ଇରାନ୍ର ରାଷ୍ଟ୍ରପତିଙ୍କ ସମେତ ଶୀର୍ଷନେତାମାନଙ୍କୁ ଟ୍ରମ୍ପ୍ ଏ ସମ୍ବଳିତ ଚିଠି କରିଥିବା ବେଳେ ଇରାନ ରାଷ୍ଟ୍ରପତି ମାସୁଦ ପେଜିସ୍କିଆନ୍ ଜବାବରେ ଆମରିକା ସହ କୌଣସି ପ୍ରକାରର ଆଣବିକ ଚୁକ୍ତି କରାଯିବ ନାହିଁ ରୋକଠୋକ୍ ଜଣାଇଥିଲେ । ତେବେ ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ଆମେରିକା ଏହିଭଳି ଧମକପୂର୍ଣ୍ଣ ଚିଠି ଦେଉଥିବା ପୂର୍ବରୁ ନଜିର ରହିଛି । କିନ୍ତୁ ପ୍ରଥମ ଦେଶ ଭାବେ ଇରାନ ଆମେରିକାର ଏହି ଚେତାବନୀକୁ ସିଧାସଳଖ ଅଗ୍ରାହ୍ୟ କରିଛି । ତେବେ ଟ୍ରମ୍ପ୍ଙ୍କ ପୂର୍ବପାଳି ସରକାର ସମୟରେ ଅର୍ଥାତ୍ ୨୦୧୮ରେ ମଧ୍ୟ ଟ୍ରମ୍ପ୍ ଏ ସମ୍ପର୍କରେ ଆଲୋଚନା ପାଇଁ ଇରାନକୁ ଆମନ୍ତ୍ରଣ କରିଥିଲେ । କିନ୍ତୁ ସେ ସମୟରେ ବାଣିଜ୍ୟକୁ ଗୁରୁତ୍ୱ ଦେଇ ଆମେରିକା କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲା । ଅପରପକ୍ଷେ ଇସ୍ରାଏଲ୍, ଗାଜା ଯୁଦ୍ଧରେ ମୁଣ୍ଡ ଖେଳାଇ ଏ ପର୍ଯ୍ୟନ୍ତ ବି ଆମେରିକା କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ । କିନ୍ତୁ ବର୍ତ୍ତମାନ ଚିଠିଯୋଗେ ଇରାନ୍ର ଜବାବ ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଆମେରିକା ପଦକ୍ଷେପ ନେଉଥିବା ଜଣାପଡ଼ିଛି ।