ରେଷ୍ଟୁରାଣ୍ଟରେ ଅଘଟଣ : ଭୁଶୁଡ଼ିଲା ଛାତ,ଚାଲିଗଲା ୪ ଜୀବନ

ରେଷ୍ଟୁରାଣ୍ଟ ଛାତ ଭୁଶୁଡ଼ିଲା । ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି, ୪ ଜୀବନ ଚାଲିଗଲା। ସ୍ପେନ୍ର ମୈଲୋର୍କା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ବହୁ ଗ୍ରାହକ ଥିବା ବେଳେ ଏହି ଅଘଟଣ ଘଟିଛି।
ଛାତ ଗଳିଯିବାରୁ ତା’ ତଳେ ବହୁ ଲୋକ ଚାପି ହୋଇ ଯାଇଥିଲେ। ଖବର ପାଇ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଖସିଥିବା ଛାତ ତଳୁ ୪ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୨୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।
ସେମାନଙ୍କୁ ସଙ୍ଗେ ସଙ୍ଗେ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତ ତଳେ ଆହୁରି କିଛି ଲୋକ ଚାପି ହୋଇ ରହିଥିବା ଆଶଙ୍କାରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି।ଏପରି ଅଘଟଣ ପଛର କାରଣ ଯାଞ୍ଚ ନିମନ୍ତେ ଏକ ଟିମ୍ ଗଠିତ ହୋଇଥିବା ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି।