ଗୋବିନ୍ଦ ଦାସଙ୍କ ପରଲୋକ
ରାଜକନିକା : ରାଜକନିକା ବ୍ଲକ୍ ଓଳାଭର ପଞ୍ଚାୟତର ବିନ୍ଧାଣି ବିଶ୍ୱକର୍ମା ଗୋବିନ୍ଦ ଦାସଙ୍କ ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା । ବିଜୁବାବୁଙ୍କ ଏକାନ୍ତ ଅନୁଗତ ସ୍ୱର୍ଗତ ଗୋବିନ୍ଦ ଦାସ ଓଳାଭର ରାଧାନାଥ ରଥ ହସ୍ପିଟାଲ, ଓଳାଭର କଲେଜ, ଓଳାଭର ହାଇସ୍କୁଲ, ଓଳାଭର ବାଳିକା ବିଦ୍ୟାଳୟ ତଥା ଓଳାଭର ହସ୍ପିଟାଲକୁ ଦଶ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ପରିଣତ କରିବାରେ ତାଙ୍କର ତ୍ୟାଗ ଅତୁଳନୀୟ । ଓଳାଭର ବଜାର ନିର୍ମାଣରେ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ ତାଙ୍କର ଅବର୍ତ୍ତମାନରେ ସମଗ୍ର ଓଳାଭର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ, ଓଳାଭର ସରପଞ୍ଚ ନଉସ ନାୟକ, ଓଳାଭର ଯୁବସଙ୍ଘର ସମ୍ପାଦକ ଶ୍ରୀନିବାସ ଓଝା, ଉମେଶ ବେହୁରା, ସୁବାଷ ଚନ୍ଦ୍ର ସାହୁ ପ୍ରମୁଖ ଶୋକ ପ୍ରକଶ କରିଛନ୍ତି ।