ଜେଲ ଗଲେ ହଂସିତା: ସରିଲା ରିମାଣ୍ଡ
ଠକ ବଣ୍ଟି ବବଲିଙ୍କ ସରିଲା ରିମାଣ୍ଡ ଅବଧି । ଅନୀଲ ମହାନ୍ତି ଓ ହଂସିତା ଅଭିଲିପ୍ସାଙ୍କ ଦିନିକିଆ ରିମାଣ୍ଡ ଶେଷ ହୋଇଛି । ଏବେ ଦୁହିଁଙ୍କୁ କୋର୍ଟରେ ହାଜର କରାଯିବ । ଦିନିକିଆ ରିମାଣ୍ଡରେ ନେଇ ଜେରା କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଦୁହିଁଙ୍କ ଟଙ୍କାର ଉତ୍ସ ନେଇ କରିଛି ଖୋଳତାଡ଼ । ନଗଦ ଟଙ୍କା ଦେଇ ଦାମୀ ଗାଡ଼ି କିଣିବା କେମିତି ସମ୍ଭବ ହେଲା ଜେରା କରୁଛି ପୋଲିସ। କଳାହାଣ୍ଡି ନର୍ଲାରୁ ଆସିଥିବା ହଂସୀତା, ଏକ ସ୍ପା'ରେ କାମ କରୁଥିବା ବେଳେ ଏତେ କୋଟିର ମାଲିକ କେମିତି ହେଲେ ତାକୁ ନେଇ ଚାଲିଛି ଖୋଲତାଡ଼ ।