ମହାନଦୀରେ ବୁଡ଼ି ଦୁଇ ମୃତ
 
                                ମହାନଦୀର ଯୋବ୍ରା ବ୍ୟାରେଜରେ ପାଣିରେ ବୁଡ଼ି ୨ ମୃତ୍, ଜଣେ ଉଦ୍ଧାର । ୩ଜଣ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ବୟ ୨୨ ବର୍ଷୀୟ ପିଙ୍କୁନ ଜେନା ଓ ୧୪ ବର୍ଷୀୟ ସାଇ ବେହେରା ।   ବିଶ୍ୱଜିତ ଦାସ (୧୩)ଙ୍କୁ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯାଇଛି । ଏ ସମସ୍ତେ ହେଉଛନ୍ତି ଯୋବ୍ରା ନଦୀକୂଳ ସାହିର। ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ିଯାଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି। 
   
 
 Rasmita Behera
                                    Rasmita Behera                                 
    
             
    
             
    
             
    
 
    
 
 
 
