ଅଘୋଷିତ ବିଦୁ୍ୟତ କାଟ; ଅଧିକାରୀଙ୍କୁ ଭେଟିଲା ଉପଭୋକ୍ତା ମଞ୍ଚ

ପାଣିକୋଇଲି : ରାଜ୍ୟ ସରକାର ବିଦୁ୍ୟତ କାଟ ହେବ ନାହିଁ ବୋଲି ଘୋଷଣା କରିଥିଲେ । କିନ୍ତୁ ବିତରଣ କମ୍ପାନୀ ଟାଟା ପାୱାର  ସରକାରଙ୍କ ନିଦେ୍ର୍ଦଶକୁ ଅବମାନନା କରି  ଅଘୋଷିତ ବିଦୁ୍ୟତ କାଟ୍ କରିଚାଲିଛନ୍ତି । ପାଣିକୋଇଲି ବିଦୁ୍ୟତ ଉପଖଣ୍ଡରେ ମରାମତି ଓ ଓଭରଲୋଡ଼ର ଆଳ ଦେଖାଇ ଦିନକୁ ୪ ରୁ ୫ ଘଂଟା ବିଦୁ୍ୟତ କାଟ କରାଯାଉଛି । ଏନେଇ ପାଣିକୋଇଲିର ଉପଭୋକ୍ତା ସଚେତନ ମଂଚ ପକ୍ଷରୁ ବୁଧବାର ଏଠାକାର ଉପଖଣ୍ଡ ଅଧିକାରୀ ଅସୀମ ଅମିତାଭ ଧଳଙ୍କୁ ଭେଟି ଆଲୋଚନା କରିଥିଲେ  ।ପାଣିକୋଇଲି ମାଛ ମାର୍କେଟ ନିକଟରେ ବସିଥିବା ୫୦୦ କେଭି ଟ୍ରାନ୍ସଫର୍ମରରୁ ବିଦୁ୍ୟତ ସଂଯୋଗ ଦିଆଯାଉଥିବାରୁ  ଏଭଳି ସମସ୍ୟା ହେଉଛି ଓ ଏଥି ନିମନ୍ତେ ଆଉ ତିନି ଦିନ ସମୟ ଲାଗିବ ବୋଲି ଉପଖଣ୍ଡ ଅଧିକାରୀ ଶ୍ରୀ ଧଳ କହିଥିବା ବେଳେ ପାଣିକୋଇଲିରେ ଏକ ୧୩୨ କେଭି ଗ୍ରିଡ଼ ନିର୍ମାଣ କରିବା ଲାଗି ବିଧାୟକଙ୍କ ନିକଟରେ ଦାବି କରିବା ଲାଗି ଶ୍ରୀ ଧଳ ମଂଚର ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ । ମଂଚର ସଦସ୍ୟ ବରିଷ୍ଠ ସଦସ୍ୟ ସୁବାସ ଧଳ, ଡ଼ା ନିର୍ମଳ ରଥ, ପ୍ରଦୀପ କୁମାର ମାଝୀ , ଅଜୟ କୁମାର ସାହୁ, ଆଲୋକ ପରିଡ଼ା, ବିକାଶ ଜେନା, ବିଜନ ଧଳ.ରବି ସେନାପତି, କପିଲେଶ୍ୱର ରଣା, ଜିତେନ୍ଦ୍ର ବେହେରା,ଗଦାଧର ସାହୁ, ତାରିଣୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ ।