ଆସିଲା ମନୋଜ ନାଏକ ହତ୍ୟା ଘଟଣାରେ ସିସିଟିଭି ଦୃଶ୍ୟ

ଆସିଲା ମନୋଜ ନାଏକ ହତ୍ୟା ଘଟଣାରେ  ସିସିଟିଭି ଦୃଶ୍ୟ

ବଲାଙ୍ଗିର ବିଷ୍ଣୁମୁଣ୍ଡାରେ ମନୋଜ ନାଏକ ହତ୍ୟା ଘଟଣାରେ  ସିସିଟିଭି ଦୃଶ୍ୟ ସାମ୍ନାକୁ ଆସିଲା । ହତ୍ୟା କରିବା ପରେ ଅଭିଯୁକ୍ତ ଟାଙ୍ଗିଆ ଧରି ଯାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବିଷ୍ଣୁମୁଣ୍ଡାରେ ଘର ସାମନା କିରନା ଦୋକାନ ଆଗରେ  ମନୋଜ ନାଏକ ଛିଡା ହୋଇଥିଲେ । ଏହି ସମୟରେ ଜଣେ ନିଶାଶକ୍ତ ଯୁବକ ମନୋଜଙ୍କୁ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଭୁଜାଲିରେ ମନୋଜଙ୍କୁ ଅତର୍କିତ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଅଭିଯୁକ୍ତ । ଗୁରୁତର ଅବସ୍ଥାରେ ମନୋଜଙ୍କୁ ଉପସ୍ଥିତ ଲୋକ ହସ୍ପିଟାଲ ଆଣିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ହତ୍ୟାକାଣ୍ଡ ପଛର କାରଣ ଜଣାପଡିନାହିଁ । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।