ସମାଜସେବୀଙ୍କ ପରଲୋକ
ବାଲିଚନ୍ଦ୍ରପୁର : ବଡ଼ଚଣା ବ୍ଲକ ଅନ୍ତର୍ଗତ ପତରାଜପୁର ପଞ୍ଚାୟତର ଆମ୍ବସୌରି ଗ୍ରାମର ସମାଜସେବୀ ଉଦୟନାଥ ନାୟକ (୭୨)ଙ୍କ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ସେ ଜଣେ ମିଳାପୀ ପରୋପକାରୀ ବ୍ୟକ୍ତି ଅଟନ୍ତି । ତତ୍ ସହିତ ଅନନ୍ତ ଗୋପାଳ ଗୁରୁଭାଇ ଥିଲେ । ବାଲିଚନ୍ଦ୍ରପୁର ଓ ଆଖପାଖ ସ୍ଥାନୀୟ ଅଂଚଳରେ ସେ ବହୁ ପରିଚିତ ଥିଲେ । ତାଙ୍କ ବିୟୋଗ ଖବର ପାଇଁ କଂଗ୍ରେସ ନେତା ଅଜୟ କୁମାର ସାମଲ,ପ୍ରତାପ କୁମାର ସେନାପତି, ସମିତିସଭ୍ୟ କୁଳମଣି ବାରିକ, ଗଦାଧର ଦାସ, ହିମାଂଶୁ ଶେଖର ଦାସ, ପ୍ରାକ୍ତନ ସରପଂଚ ବିଳାସ ଚନ୍ଦ୍ର ବାରିକ ପ୍ରମୁଖ ତାଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିଥିଲେ । ବଡ଼ଚଣା ବିଧାୟକ ଅମର ନାୟକ, ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ, ଜିଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ପ୍ରାକ୍ତନ ଜିଲା ପରିଷଦ ସଭ୍ୟ ମାନଭଞ୍ଜନ ରାଉତରାୟ, ସାରଦା ପ୍ରସନ୍ନ ମହାନ୍ତି, କ୍ୟାପଟେନ ରାଜ ନାରାୟଣ ମହାପାତ୍ର, ନିରଞ୍ଜନ ସେନାପତି, ଆତ୍ମାର ଅଧ୍ୟକ୍ଷ ବିପିନ ବିହାରୀ ଜେନା ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି । ମରଶରୀରକୁ ଗ୍ରାମ ମଶାଣିରେ ଶେଷ କୃତ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ବଡ଼ ପୁଅ ସାଗରମୁଖାଗ୍ନି ଦେଇଥିଲେ ।