ନାରୀ ନିର୍ଯାତନା ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

 ଆନନ୍ଦପୁର : ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯ୍ୟାତନା ବଢିବାରେ ଲାଗିଛି । ଧର୍ଷଣ, ଗଣ ଧର୍ଷଣ, ବାଳିକା ଆତ୍ମହତ୍ୟା ଉଦ୍ବେଗ ଜନକ ସ୍ଥିତିରେ ପହଁଚିଛି । ଏହାର ପ୍ରତିବାଦରେ ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । କଂଗ୍ରେସ ନେତା ଜୟଦେବ ଜେନାଙ୍କ ନେତୃତ୍ୱରେ ବିକ୍ଷୋଭ ସମାବେଶରେ କଂଗେସ ନେତ୍ରୀ ସସ୍ମିତା ଜେନା, ହାଡିବନ୍ଧୁ ଖୁଂଟିଆ, ଅକ୍ଷୟ ମହାନ୍ତି, ସୁରେଶ ଜେନାଙ୍କ ସମେତ ପୌରପରିଷଦ ଏବଂ ବ୍ଲକ ର ଶତାଧିକ ମହିଳା କର୍ମୀ ସାମିଲ ହୋଇଥିଲେ । ବିକ୍ଷୋଭ ସମାବେଶରେ ଶ୍ରୀ ଜେନା ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ।