ଜଳିଗଲା ହଟ୍ ଏୟାର ବେଲୁନ୍: ୮ ମୃତ, ୧୩ ଗୁରୁତର
ନୂଆଦିଲ୍ଲୀ: ବ୍ରାଜିଲରେ ଏକ ଦୁଃଖଦ ଅଘଟଣ ଘଟିଛି । ହଟ ଏୟାର ବେଲୁନ୍ରେ ୨୧ ଜଣ ଯାତ୍ରୀ ଯାଉଥିବାବେଳେ ତାହା ଜଳିଯିବାରୁ ୮ ଜଣଙ୍କର ମୃତୁ୍ୟ ହୋଇଛି । ଅପରପକ୍ଷରେ ୧୩ ଗୁରୁତର ହୋଇପଡ଼ିଛନ୍ତି ।ବ୍ରାଜିଲର ଦକ୍ଷିଣରେ ସାଣ୍ଟା କାଟାରିନା ରାଜ୍ୟରେ ଏହି ଅଘଟଣ ଘଟିଥିଲା । ଆଜି ସକାଳେ ଏକ ପର୍ଯ୍ୟଟନ ବେଲୁନ ଆକାଶରେ ଥିବାବେଳେ ନିଆଁ ଲାଗି ଯାଇଥିଲା । ପ୍ରାଇଆ ଗ୍ରାନଡ଼େ ଠାରେ ଏହି ଦୁର୍ଘଟଣା ଘଟିଥିବା ସେଠାକାର ଅଗ୍ନିଶମ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି । ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳୁଛିଯେ, ପ୍ରଥମେ ବେଲୁନରେ ନିଅାଁ ଲାଗିଯିବାରୁ ତାହା ହୁତୁହୁତୁ ହୋଇ ଜଳି ଉଠିଥିଲା । ପରେ ଏହା ଫାଟିଯାଇ ମାଟିରେ କଚାଡ଼ି ହୋଇ ପଡ଼ିଥିଲା । ଜୁନ୍ ମାସରେ ସେହି ଅଞ୍ଚଳରେ ଉତ୍ସବ ପାଳନ କରାଯାଉଥିବାବେଳେ ହଟ୍ ଏୟାର ବେଲୁନ ପ୍ରମୁଖ ଆକର୍ଷଣ ସାଜିଥାଏ ।