‘ଚାନ୍ଦା’ କଥା ମିଛ; ରୁପେଶଙ୍କ ସହ କଥା ହୋଇଛି  , ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେଲେ ପହି


 ଜାରକା-ଧର୍ମଶାଳା : ‘ଚାନ୍ଦା’ କଥା ପୁରା ମିଛ, ମୁଁ ରୁପେଶଙ୍କ ସହ କଥାବାଲୟର୍ଲା ହୋଇଛି । କିନ୍ତୁ ରୁପେଶ ଭଦ୍ର ଏବଂ ତାଙ୍କ ପତ୍ନୀ ମଧୁସ୍ମିତା ମୋ ନାମରେ ଯେଉଁ ଆରୋପ ଲଗାଇଛନ୍ତି, ତାହା ଡ଼ାହା ମିଛ । ଭଦ୍ର ଦମ୍ପତି ଚଳିତମାସ ୧୧ତାରିଖରେ ବିଜେପି ନେତ୍ରୀ ସ୍ମୃତିରେଖା ପହିଙ୍କ ବିରୁଦ୍ଧରେ ଯେଉଁ ସବୁ ଅଭିଯୋଗ ଆଣିଥିଲେ ତାହାକୁ ୧୫ ତାରିଖ ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେବା ସହ ଯେ ପର୍ଯ୍ୟନ୍ତ ମୃତା ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ପରିବାରକୁ ନ୍ୟାୟ ନମିଳିଛି, ସେ ପର୍ଯ୍ୟନ୍ତ ବିଜେପି ଲଢେଇ ଜାରୀ ରଖିବ ବୋଲି କହିଥିଲେ । ଜାରକାସ୍ଥିତ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ  ବିଜେପି ନେତ୍ରୀ ଶ୍ରୀମତୀ ପହି କହିଥିଲେ କି୨୦୧୯ ମସିହାରେ ବହୁ ଚର୍ଚ୍ଚିତ ହରିଦାସପୁର ପିଇଓ ସ୍ମ୍ିତାରାଣୀ ମୃତୁ୍ୟ ମାମଲାରେ ଛନ୍ଦି ହୋଇପଡିଥିବା ତତକାଳିନ ହରିଦାସପୁର ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ରୁପେଶଙ୍କୁ ବିଭିନ୍ନ ସମୟରେ ଭଏସକଲ ଏବଂ ଚାଟିଙ୍ଗ କରି ୫୦ଲକ୍ଷ ଟଙ୍କା ମାଗୁଥିବା ନେଇ ଅଭିଯୋଗ କରିଥିଲେ । ହେଲେ ରୁପେଶ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପାଖ ଲୋକ ଥିବା ଏବଂ କୌଣସି କାରଣକୁ ନେଇ ତାଙ୍କୁ ବିରୋଧ କରିବା କରିବା ପରେ ମୋ ସହ ଯୋଗାଯୋଗରେ ରହିଥିଲେ । 
ସେଥିଲାଗି ସେ ତାଙ୍କୁ ଫୋନ କରିବା ସହିତ ଆଲୋଚନା କରିଥିଲେ । ରୁପେଶ ଜଣେ ଅଭିଯୁକ୍ତ ହେଲେ ବି ତାଙ୍କର ଭୋଟ ଦେବାର ଅଧିକାର ରହିଛି ଏବଂ ସେ ୪ ଗୋଟି ପଞ୍ଚାୟତରେ ବିଜେପିକୁ ଜିତାଇବେ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେବା ପରେ ସେ ରୁପେଶଙ୍କ ସହ ଯୋଗାଯୋଗରେ ଥିଲେ । ଏହା ନୁହେଁଯେ ସେ ରୁପେଶଙ୍କୁ ୫୦ଲକ୍ଷ ଟଙ୍କା ମାଗିଥିଲେ । ଶ୍ରୀମତୀ ପହି ଗତ ମାର୍ଚ୍ଚ ମାସରେ ରୁପେଶଙ୍କୁ ଭିଡିଓ କଲ କରିଥିଲେ । ଏହି ଫୋନ କଲର ଦେଢ ବର୍ଷ ପରେ ରୁପେଶ କାହିଁକି ଏଭଳି ଅଭିଯୋଗ ଆଣିଲେ ଏବଂ ଏହା ପଛରେ କାହାର ହାତ ରହିଛି ତାହା ପରବର୍ତି ସମୟରେ ସ୍ପଷ୍ଟ ହେବ ବୋଲି କହିଥିଲେ । ଶ୍ରୀମତୀ ପହି ରୁପେଶଙ୍କୁ ଟଙ୍କା ମାଗିବାର ପ୍ରମାଣ ଦିଅନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ଏଥିସହ ଶ୍ରୀମତୀ ପହି ସ୍ମିତାରାଣୀଙ୍କ ସହ ସ୍ୱାମୀ ଶୁଶିଲ ବିଶ୍ୱାଳ ଓ ବିଜେପିର କିଛି କାର୍ଯ୍ୟକର୍ତାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କୁ ଭୁବନେଶ୍ୱରରେ ଭେଟି ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ସ୍ମିତାରାଣୀଙ୍କ ଚାକିରି ଜୀବନରେ ବ୍ଲକରେ ରହିଯାଇଥିବା ବକେୟା ପାଉଣା ପାଇବା ଲାଗି ଅନୁରୋଧ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ଓବିସି ସେଲ୍ ସଂଯୋଜକ ରାକେଶ ନାୟକ, ଜିଲା ସଭାପତି ମାନସ ରଞ୍ଜନ ନାୟକ, ମଣ୍ଡଳ ସଭାପତି ହିମାଂଶୁ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।